ଆଦର୍ଶ ଶିକ୍ଷକ ବନମାଳୀ ସାମଲ ସ୍ମୃତି ସଂସଦ ଗଠିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ବାଲିପାଟଣା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କୃତି ତଥା ଆଦର୍ଶ ଶିକ୍ଷକଙ୍କ ସ୍ମୃତିରେ ରବିବାର ମଣ୍ଡପଡା ଭଜନେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର, ଶୁଭେଚ୍ଛୁ ଓ ଅନୁଗାମୀ ତଥା ଗ୍ରାମବାସୀମାନଙ୍କ ପ୍ରେରଣାରେ “ବନମାଳୀ ସାମଲ ସ୍ମୃତି ସଂସଦ” ଗଠିତ ହୋଇଯାଇଛି । ଶିକ୍ଷାବିତ୍ ରବିନ୍ଦ୍ରନାଥ ରାଉଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା, ମଣ୍ଡପ ବା ଗ୍ରାମ୍ୟ କମିଟି ସମ୍ପାଦକ ବରାହ ଚରଣ ସାମଲ, ସରପଞ୍ଚ ସମୀର ମଲ୍ଲିକ, ସମିତିସଭ୍ୟ ଜ୍ୟୋତିକାନ୍ତ ବେହେରା, ଶିକ୍ଷାବିତ୍ ନିଧିରାମ ସାହୁ, ଶିକ୍ଷକ ଗୋଲେଖ ବିହାରୀ ଭୂୟାଁ, ଅଧ୍ୟାପକ ସୁଧାଂଶୁ ଭୂଷଣ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ନରେନ୍ଦ୍ର ଧଳ, ଗଗନ ବିହାରୀ ସାହୁ, ସଞ୍ଜିତ ଜେନା, ରାଜଦିପ ମଲ୍ଲିକ, ଯଯାତୀ କେଶରୀ ପ୍ରଧାନ ପ୍ରମୁଖ ପୁରାତନ ଛାତ୍ର ଯୋଗ ଦେଇଥିଲେ । ଏହି ସଭାରେ ଭିଡିଓ କନଫରେନ୍ସ ମାଧ୍ୟମରେ ବହୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ମତାମତ ମଧ୍ୟ ଗ୍ରହଣ କରାଯାଇଥିଲା । ଆସନ୍ତା ଫେବୃଆରୀ ୧୮ରେ ପ୍ରିୟ ଗୁରୁଜୀଙ୍କ ପ୍ରଥମ ଶ୍ରାଦ୍ଧାବାର୍ଷିକ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ପୁସ୍ତକ ରଚନା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥି ନିମନ୍ତେ ଫୋନ ନଂ- ୭୬୮୪୮୭୮୦୭୦, ୯୬୬୮୨୨୩୦୪୯ ରେ ଯୋଗାଯୋଗ କରି ପୁସ୍ତିକା ନିମନ୍ତେ ଲେଖା ପଠାଇବାକୁ ସ୍ମୃତି ସଂସଦ ପକ୍ଷରୁ ନିବେଦନ କରାଯାଇଛି । ଏହି ସଭାକୁ ପ୍ରାକ୍ତନ ସରପଞ୍ଚ ସୁଧାଂଶୁ ଭୂଷଣ ସାମଲ, ପ୍ରାକ୍ତନ ସମିତି ସଭ୍ୟ ଶ୍ରୀକାନ୍ତ ବେହେରା, ଅକ୍ଷୟ କୁମାର ଦାସ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ