ସ୍ୱଚ୍ଛସାଥୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ପୌରପାଳିକାର ସ୍ୱଚ୍ଛତା ଅଭିଯାନରେ ସାମିଲ ସ୍ୱଚ୍ଛ ସାଥୀମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ କଲେଜ ନିକଟରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ ପ୍ରକାର ସ୍ଲୋଗାନ ସାଙ୍ଗକୁ ସ୍ୱଚ୍ଛସାଥୀମାନେ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ସହରବାସୀଙ୍କୁ ସଚେତନ କରାଇଥିଲେ । ସ୍ୱଚ୍ଛସାଥୀମାନେ ଘର ଘର ବୁଲି ପରିମଳ ବ୍ୟବସ୍ଥା ପରିଚାଳନା କରୁଥିବା ବେଳେ ଏହି କାର୍ଯ୍ୟରେ ଜନସାଧାରଣ ସେମାନଙ୍କୁ ସହଯୋଗ ପାଇଁ ସେମାନେ ସମସ୍ତଙ୍କୁ ନିବେଦନ କରିଥିଲେ । ଘରୁ ବାହାରୁଥିବା ଆବର୍ଜନାକୁ ପୃଥକ କରିବା ସହ ସ୍ୱଚ୍ଛ ସବାରୀ ପ୍ରଦାନ ପାଇଁ ସେମାନେ କହିଥିଲେ । ସମସ୍ତଙ୍କ ସହଯୋଗରେ ବାଲେଶ୍ୱର ସହର ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର ମାନ୍ୟତା ପାଇପାରିବ ବୋଲି ସେମାନେ ଆଶାପ୍ରକାଶ କରିଥିଲେ । ଅଶ୍ରୁବିନ୍ଧା ଦାଶ, ସନ୍ଧ୍ୟା ମହାରଣା, ରିତାଞ୍ଜଳୀ ସିଂହ, ରଞ୍ଜିତା ମାଝୀ ପ୍ରମୁଖ ସୁପରଭାଇଜରଙ୍କ ନେତୃତ୍ୱରେ ବାସନ୍ତୀ ବର୍ଦ୍ଧନ, ସସ୍ମିତା ଦାସ, ନିର୍ମଳା ଦାସ, ମଞ୍ଜୁଲତା ଦାସ, କମଳିନୀ ଦେ, ସୁମିତ୍ରା ପରିଡା, ସଞ୍ଜୁକ୍ତା ମାଝୀ, ଲକ୍ଷ୍ମୀପ୍ରିୟା ନାୟକ, ଦିପ୍ତୀମୟୀ ଦାସ, ଯମୁନା ମଲ୍ଲିକ, ଦୀପିକା ମହାନ୍ତି, ସୁମିତ୍ରା ପାଢୀ, ଅପ୍ସାନା ବିବି, ଶକୁନ୍ତଳା ରଣା, ଅର୍ପିତା ମାଝୀ, ସରିତା ଦାସ, ନମିତା ମଣ୍ଡଳ, କାଜଲରାଣୀ ଦାସ ପ୍ରମୁଖ ସ୍ୱଚ୍ଛ ସାଥୀ ଏହି ସଚେତନତା ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।


