ଆଦର୍ଶ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କାଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ଗୁରବାର ବନ୍ତ ବ୍ଲକ ନିଳୋକ ପଞ୍ଚ ।ୟତ ଭଣ୍ଡାରଗଢିଆ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହକ୍ରିୟା ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନବ କୁମାର ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ଦୀନବନ୍ଧୁ ନାୟକ, ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାପତି ତଥା ବାଲେଶ୍ୱରର ବିଶିଷ୍ଟ ବିଜେପି ନେତା ଯତୀନ କୁମାର ପୁହାଣ, ସରପଞ୍ଚ ରଜନୀ ସେଠୀ, ଅବସରପ୍ରାପ୍ତ ଶିକ୍ଷକ ନିରାକର ବେହେରା, ସନାତନ ନାୟକ, ରବିନ୍ଦ୍ର ନାରାୟଣ ଭୂୟାଁ, ବାବାଜି ଚରଣ ଦଳେଇ, ଉପେନ୍ଦ୍ର ମିଶ୍ର, ବିଶ୍ୱନାଥ ବାରିକ, ସାମ୍ବାଦିକ ହରି ନାରାୟଣ ମହାନ୍ତି, ଚିତ୍ତ ରଂଜନ ନାୟକ, ନୃସିଂହ ଜେନା, ରୀନା ହାଲଦାର, ରତନ ହାଲଦାର ଯୋଗ ଦେଇ ସ୍ୱର୍ଗତ ଲେଙ୍କା ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ଥିଲେ ବୋଲି କହିଥିଲେ । ଚାକିରୀ ଜୀବନରୁ ଅବସର ନେବା ପରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଠାକୁରଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ପ୍ରାରମ୍ଭରେ ଟିଲୋରୁ ଆଗତ ସତ୍ୟସାଇ ଭଜନ ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପତ୍ନୀ ନିରୁପମା ଲେଙ୍କା, ନରୋତ୍ତମ ଲେଙ୍କା, ଚକ୍ରଧର ରାଉତ, ରଶ୍ମିରେଖା ଲେଙ୍କା, ମନମୋହିନୀ ରାଉତ, ପଙ୍କଜ କୁମାର ଲେଙ୍କା, ଅଞ୍ଜନ କୁମାର ଲେଙ୍କାଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ ।


