ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ୨ଦିନ ମଧ୍ୟରେ ଗିରଫ କରାଯିବ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ଯବସାୟୀଙ୍କ ଠାରୁ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଅବନୀ ଭୂଷଣ ବାରିକ ଓ ଜ୍ଯୋତିରାଜ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ଯ ଅଭିଯୁକ୍ତକୁ ୨ଦିନ ମଧ୍ୟରେ ଗିରଫ କରାଯିବ ବୋଲି କୋଣାର୍କ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। କୋଣାର୍କ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ଏହାର ସ୍ଥାପତ୍ୟ କଳା ବିଶ୍ବରେ ଅନନ୍ୟ। ଏହି ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଅପରାଧିକ କାର୍ଯ୍ୟକଳାପ, ଚୋରା ମଦ କାରବାର, ଧଳା ଜହର କାରବାର, ୨୪ଘଣ୍ଟିଆ ପୋଲିସ ପ୍ରେଟୋଲିଂଗ ବ୍ୟବସ୍ଥା, ସାଧାରଣ ଜନତା ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ପୋଲିସ ପ୍ରଶାସନ ପ୍ରାଥମିକତା ଦେବା ସହିତ କୋଣାର୍କକୁ ଅପରାଧମୁକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ସୂର୍ଯ୍ୟ ମନ୍ଦିର ପରିସରରେ ଖବର ସଂଗ୍ରହ ପାଇଁ ଯାଇଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ରାଉଳପାଟଣା ଗ୍ରାମର ରଞ୍ଜୁ ଲେଙ୍କା ଓ ସାଥି ରାଜା ପ୍ରଧାନ ଆକ୍ରମଣ କରିବା ଘଟଣାରେ ସହଯୋଗୀ ରାଜା ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ଯ ଅଭିଯୁକ୍ତ ରଞ୍ଜୁ ଲେଙ୍କାଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ଲେଙ୍କାଙ୍କୁ ଗିରଫ କରିବା ସହ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ, କୋଣାର୍କ ପୋଲିସ ପକ୍ଷରୁ ୨୪ଘଣ୍ଟିଆ ପ୍ରେଟୋଲିଂଗ ବ୍ୟବସ୍ଥା, ଅପରାଧୀ ମାନଙ୍କ ତାଲିକା ପ୍ରସ୍ତୁତ, କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଫୋର୍ସ ମୁତୟନ ସହ ଜନସାଧାରଣଙ୍କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଦିଗରେ ପୋଲିସ ପ୍ରାଥମିକତା ଦେବା ପାଇଁ ଆଜିକାର ବୈଠକରେ ସାମ୍ବାଦିକମାନଙ୍କ ପକ୍ଷରୁ ପୋଲିସ ପ୍ରଶାସନ କୁ ଅବଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରିଥିବା ରଞ୍ଜୁ ଲେଙ୍କାଙ୍କୁ ୨ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସଞ୍ଜୟ ପତି, ଆମ ପୋଲିସ ସମିତି ସଭାପତି ରାମକୃଷ୍ଣ ମହାନ୍ତି, ସାମ୍ବାଦିକ ଭାଗୀରଥୀ ସ୍ଵାଇଁ, ଅବନୀ ଭୂଷଣ ବାରିକ, ଧନଞ୍ଜୟ ବେହେରା, ମାନସ ରଞ୍ଜନ ପାତ୍ର, ମନୋରଞ୍ଜନ ପଣ୍ଡା, ପ୍ରକାଶ କାଣ୍ଡି, ସୁକାନ୍ତ କୁମାର ବିଶ୍ବାଳ, ବିଶ୍ବ ରଂଜନ ବିଶ୍ବଶ୍ରୀ, ମିଲନ କୁମାର ମହାନ୍ତି, ଅଜିତ କୁମାର ମଲ୍ଲିକ, ଗଣେଶ ଚନ୍ଦ୍ର ବେହେରା ଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ