ଆଦାନୀ ଗ୍ରୁପ୍ ପକ୍ଷରୁ ୭ଠ୪ ଶିଶୁ ଶ୍ରମିକ ସ୍କୁଲରେ ଭର୍ତ୍ତି
ନୂଆଦିଲ୍ଲୀ, (ଏଜେନ୍ସି): ଆଦାନୀ ଗ୍ରୁପ୍ ପକ୍ଷରୁ ୭୦୦ ଶିଶୁ ଶ୍ରମିକଙ୍କୁ ସ୍କୁଲରେ ଭର୍ତ୍ତି କରାଯାଇଛି । ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ କୁଚ୍ର ମୁନ୍ଦ୍ରାଠାରୁ ଉଦ୍ଧାର କରାଯାଇଥିଲା । ଶିଶୁ ଶ୍ରମିକମାନେ ହିନ୍ଦୀରେ କଥା ହେଉଥିଲେ । ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ସହିତ ପାଠବଢ଼ା ସାମଗ୍ରୀ ପ୍ରଦାନ କରାଯାଇଛି । ଉଦ୍ଧାର ହୋଇଥିବା ଶିଶୁଶ୍ରମିକଙ୍କ ଭବିଷ୍ୟତ ଯେପରି ଉଜ୍ଜ୍ୱଳ ହେବ ସେଥି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆଦାନୀ ପୋର୍ଟ ଏବଂ ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଲିମିଟେଡ଼୍ ପକ୍ଷରୁ ସ୍ୱତନ୍ତ୍ର ଇ-ଲର୍ଣ୍ଣିଂ କ୍ଲାସ୍ ମାଧ୍ୟମରେ ଶିଶୁଙ୍କ ବିକାଶ କାର୍ଯ୍ୟ ଜାରି ରହିଛି । ଏହା ମୁ୍ନ୍ଦ୍ରା ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ସୂଚନାଯୋଗ୍ୟ ଯେ ଆଦାନୀ ଫାଉଣ୍ଡେସନ୍ ୧୯୯୬ରେ ଗୁଜରାଟରେ ସ୍ଥାପିତ ହୋଇଥିଲା । ଏହା ଦେଶର ୧୮ ରାଜ୍ୟର ୨୨୫୦ ଗ୍ରାମ ଓ ସହରରେ କାର୍ଯ୍ୟକାରୀ ହେଉଛି । ଏହା ଦେଶର ୩.୨ ନିୟୁତ ପରିବାରଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇଛି । ସେହିପରି ଆଦାନୀ ଗ୍ରୁପ୍ ୧୯୮୮ଠାରୁ କାର୍ଯ୍ୟ ଆରମ୍ଭ କରିବା ସହିତ ୧୨ ବିଲିୟନ୍ ଡଲାର ମୂଲ୍ୟର କାରବାର କରିବାକୁ ସକ୍ଷମ ହୋଇପାରିଛି ।


