ଆଦାନୀ ପୋର୍ଟକୁ ୨ଠଠ ଏମ୍ଏମ୍ଟି କାର୍ଗୋ ପରିବହନ ମାନ୍ୟତା

ନୂଆଦିଲ୍ଲୀ, (ଏଜେନ୍ସି): ଆଦାନୀ ଗ୍ରୁପର ଅଂଶବିଶେଷ ତଥା ଦେଶର ଅଗ୍ରଣୀ ବନ୍ଦର ଭିତିଭୂମି ବିକାଶକାରୀ ସଂସ୍ଥା ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ (ଏପିଏସ୍ଇଜେଡ଼) ପକ୍ଷରୁ ବିଶ୍ୱର ୫ଟି ଅଗ୍ରଣୀ ବନ୍ଦର ମଧ୍ୟରେ ଶ୍ରେଷ୍ଠତ୍ୱ ହାସଲ ସହିତ ୨୦୦ ଏମ୍ଏମ୍ଟି କାର୍ଗୋ ପରିବହନ କରିବାକୁ ସକ୍ଷମ ହୋଇଛି । ୧୨ ମଧ୍ୟରେ ଏହା ୫୦ ନିୟୁତ ମେଟ୍ରିକ୍ ଟନ୍ ପରିବହନ କରିବା ସହିତ ୨୦୧୩-୧୪ ସୁଦ୍ଧା ୩ ବର୍ଷ ମଧ୍ୟରେ ୧୦୦ ଏମ୍ଏମ୍ଟି ଲକ୍ଷ୍ୟ ହାସଲ କରିଛି । ଏଥିସହିତ ଏହା ୫ ବର୍ଷ ମଧ୍ୟରେ ୨୦୦ଏମ୍ଏମ୍ଟି ଲକ୍ଷ୍ୟ ଅତିକ୍ରମ କରିଛି । ଏହାର ମାର୍କେଟ୍ ଶେୟାର ୬ ଗୁଣା ବୃଦ୍ଧି ପାଇ ୧୭% ହୋଇଛି । ଏହା ୧୦୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ସକ୍ଷମ । ଭାରତର ପୂର୍ବ ଏବଂ ପଶ୍ଚିମ କ୍ଷେତ୍ରର ୯ଟି ପୋର୍ଟରେ ମାର୍ଚ୍ଚ ୨୧ ଗୁରୁବାର ସୁଦ୍ଧା ଏହାର ଜାହାଜ ସଂଖ୍ୟା ୨୪ରୁ ଅଧିକ ରହିଛି । ୨୦୦୧ରୁ ଏହାର କାରବାର ଆରମ୍ଭ କରିଥିବା ଆଦାନୀ ପୋର୍ଟ ମାତ୍ର ୨୦ ବର୍ଷ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି । କମ୍ପାନୀ ପକ୍ଷରୁ ହାଜିରା, ଧାମରା, ଦହେଜ୍, କଟ୍ଉପାଲୀରେ ନୂଆ ଟର୍ମିନାଲ ସ୍ଥାପନ କରାଯାଇଛି । ସେହିପରି ୨୦୦୫ଠାରୁ ୨୦୧୮ ମଧ୍ୟରେ ଏନ୍ନର, କାଣ୍ଡଲା, ଗୋଆ ଏବଂ ଭାରଇଜାଗ୍ ଠାରେୁ କମ୍ପାନୀର କାରବାର ବେଶ୍ ସକ୍ରିୟ ରହିଛି । ଏହା ସହିତ ପୋର୍ଟ ପରିବହନକୁ ସୁଦୃଢ଼ କରିବା ପାଇଁ ରୋଡ଼୍ ଏବଂ ରେଲୱେର ଉପଯୋଗ କରାଯାଉଛି । ଦେଶର ୯୦% କାରବାର ସମ୍ପ୍ରତି ସମୁଦ୍ର ମାର୍ଗରେ ସମ୍ପନ୍ନ ହୋଉଛି । ୨୦୨୫ ସୁଦ୍ଧା କମ୍ପାନୀ ପରିବହନ ଦୁଇଗୁଣା କରି ୪୦୦ ଏମ୍ଏମ୍ଟିରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି । ସେହିଭଳି ଇନ୍ଧନ ପରିଚାଳନା, ଆସେଟ୍ ମନିଟରିଂ, ମୋବିଲିଟି, ଅପରେସନାଲ୍ ଇଣ୍ଟେଲଜେନ୍ସି ଏବଂ ପର୍ଫରମାନ୍ସ୍ ମନିଟରିଂ କ୍ଷେତ୍ରରେ କମ୍ପାନୀ ବେଶ୍ ସଫଳ ରହିଛି । ସୂଚନାଯୋଗ୍ୟ ଯେ ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ (ଏପିଏସ୍ଇଜେଡ଼)ର ୧୦ଟି ପୋର୍ଟ ରହିଛି । ଏହି ପୋର୍ଟଗୁଡିକ ୨୦ ବର୍ଷରୁ କମ ସମୟ ମଧ୍ୟରେ ବଶେ୍ ବିକଶିତ ହୋଇପାରିଛି । ସେଗୁଡ଼ିକ ଗୁଜରାଟର ମୁନ୍ଦ୍ରା, ଦହେଜ୍, କାଣ୍ଡଲା, ହାଜିରାଠାରେ, ଓଡ଼ିଶାର ଧାମରା, ଗୋଆର ମୋର୍ମୁଗୋଆ, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍, ଚେନ୍ନାଇର କୋଟ୍ଟୁପାଲି ଏବଂ ଏନ୍ନୋର ଠାରେ ରହିଛି । ଦେଶର ୨୪% ପରିବହନ କରିବାକୁ ଏସବୁ ପୋର୍ଟ ଦ୍ୱାରା ହୋଇପାରୁଛି । ସମ୍ପ୍ରତି ଏହାର ପୋର୍ଟ ବିକାଶ କାର୍ଯ୍ୟ କେରଳର ଭିହିଞ୍ଜାମ୍ ଠାରେ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ