ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗୋପାଳପୁର ବନ୍ଦର ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସଚେତନତା ଆଣିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଉପକଣ୍ଠ ସ୍ଥାନୀୟ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସ୍ଥିତ ସାନ ଆର୍ଯ୍ୟପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଙ୍ଗଣରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଆଜି ଆଦାନୀ ଫାଉଣ୍ଡେସନ ଏହାର ପ୍ରଥମ ସ୍ୱାସ୍ଥ୍ୟ ଶିବିର ଆରମ୍ଭ କରିଛି ଏଥିପାଇଁ ମୁଁ ସାଧୁବାଦ ଜଣାଉଛି | ଏହି ପ୍ରୟାସ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ ସେମାନେ ଦୃଢ ପ୍ରତିଶୃତିବଦ୍ଧ ବୋଲି ଅନୁଭବ କରୁଛି | ଆଦାନୀ ଗୃପର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସାରା ଭାରତ ବର୍ଷରେ ଆଦାନୀ ଫାଉଣ୍ଡେସନ ଦ୍ବାରା ପରିଚାଳିତ କରାଯାଏ l ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବନ୍ଦରର ବିଜନେସ ମୁଖ୍ୟ ସନ୍ଦୀପ ଜେଶ୍ୱାଳ ଉପସ୍ଥିତ ରହି ଆମେ ବିଶ୍ବାସ କରୁ ଯେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆମ ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଏକ ମୌଳିକ ଆବଶ୍ୟକ ଅଟେ | ସୁସ୍ଥ ସମାଜ ଏବଂ ସୁସ୍ଥ ଜୀବନଶୈଳୀ ଉପଲବ୍ଧ କରାଇବା ପାଇଁ ଆମେ ସର୍ବଦା ପ୍ରତିସୂତିବଦ୍ଧ। ଏହି ସ୍ୱାସ୍ଥ୍ୟ ଶିବିର ଏକ ଛୋଟ ପଦକ୍ଷେପ | ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଏହି ଶିବିରର ଲାଭ ଉଠାନ୍ତୁ ଏବଂ ଅଧିକରୁ ଅଧିକ ଲୋକ ଯେଉଁମାନେ ଏହାକୁ ଅଧିକ ଆବଶ୍ୟକ କରନ୍ତି ସେମାନେ ଏହି ଶିବିର କୁ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଏହି ଶିବିରରେ ବିଶିଷ୍ଟ ଚିକିତ୍ସକ ମାନଙ୍କ ଦ୍ବାରା ସ୍ୱାସ୍ଥ୍ୟ ପରୀକ୍ଷା ସହ ରୋଗୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କୀୟ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ବଡ ମେଡିକାଲ୍ କଲେଜର ଅଭିଜ୍ଞତା ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ ଏହି ସ୍ୱାସ୍ଥ୍ୟସେବା ଶିବିରରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଶିଶୁ, ମହିଳା ଓ ବୃଦ୍ଧ ସ୍ୱାସ୍ଥ୍ୟବସ୍ତାର ପରୀକ୍ଷଣ କରିବା ସହ ଡାକ୍ତରଙ୍କ ସହ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପରାମର୍ଶ କରିଥିଲେ l ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ବେହେରା ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଆଦାନୀ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ।