ଆଦିବାସୀ ଅଞ୍ଚଳ ରେ ପାନୀୟଜଳ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବୀ ପତ୍ର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରୀପଡା ଓ ଗୋଛାବାଡି ପଞ୍ଚାୟତ ର ବହୁ ଆଦିବାସୀ ବହୁଳ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଥିବା ଜଣାପଡିଛି। ଜାନୁଆରୀ ୨୯ ତାରିଖ ଦିନ ଚାଷୀ ମୁଲିଆ ସଂଘ, ପୋଲସରା ବ୍ଲକ କମିଟି ପକ୍ଷରୁ ପାନୀୟ ଜଳ ସମସ୍ୟା ନେଇ ପୋଲସରା ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ପାଣ୍ଡିରୀପଡା ପଞ୍ଚାୟତର ପୁଞ୍ଜିଆମା, ବଡ଼ ତଇଲା, ନାଡୀଆମ୍ବା ଏବଂ ଗୋଛାବାଡି ପଞ୍ଚାୟତର ଭାଲିଆ ମାଳ, ଜୋକବନ୍ଧ, ଶିକିରି ପ୍ରଭୃତି ଆଦିବାସୀ ଗ୍ରାମମାନଙ୍କରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଜଳ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ନହେବା ଯୋଗୁଁ ଚାଷୀ ମୁଲିଆ ସଂଘ, ପୋଲସରା ବ୍ଲକ କମିଟି ପକ୍ଷରୁ ପୋଲସରା ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ବୋଲି ରଞ୍ଜନ ଶବର, ପବନା ଶବର, ରମେଶ ଶବର ପ୍ରମୁଖ ପ୍ରକାଶ କରିଥିଲେ। ପ୍ରମୁଖ ଗ୍ରାମମାନଙ୍କରେ ସୌରଚାଳିତ ପ୍ରକଳ୍ପ ତିଆରି କରାଯାଇଥିବା ବେଳେ ଦୁଇରୁ ତିନି ମାସ ଚାଲିବା ପରେ ଅଚଳ ହୋଇଯାଇଛି। ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆଦିବାସୀ ସମାଜ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ନିରଞ୍ଜନ ଶବର, ସୁଦର୍ଶନ ଶବର, ସୁରେଶ ଶବର ସମେତ ବହୁ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ