ଆଦିବାସୀ ଇଲାକାରେ ଲୋକ ସଙ୍ଗଠନର ଭୂମିକା ସମ୍ପର୍କିତ ଆଲୋଚନାଚକ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଗଜପତି ସମେତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସାମାଜିକ ଅର୍ଥନୈତିକ ପରିବର୍ତ୍ତନସହ ଶିକ୍ଷା ସ୍ଵାସ୍ଥ୍ୟ କୁସଂସ୍କାର ବିଲୋପ ଗମନା ଗମନ କୃଷି ଜଙ୍ଗଲ ସୁରକ୍ଷା ଦିଗରେ ୧୯୮୭ ରୁ କାର୍ଯ୍ୟ କରିଆସୁଥିବା ଦମ୍ମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ୩୭ ବର୍ଷ ପୂର୍ତ୍ତି ଅବସରରେ ଆଜି ଟି ଗୋବିନ୍ଦପୁର ସ୍ଥିତ ମାତୃପଦ ଭୂମି ସମ୍ମାନ କାର୍ଯ୍ୟାଳୟ ପରିସରରେ ଆଦିବାସୀ ଲୋକ ସଙ୍ଗଠନ ମାନଙ୍କ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ସ୍ଵାସ୍ଥ୍ୟ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲୋକ ସଙ୍ଗଠନର ଭୂମିକା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କ ରେ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ଗୃହୀତ କରାଯାଇଥିଲା।ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ହରଭଙ୍ଗି ବାସ୍ତୁହରା ମଞ୍ଚ ଖମ୍ବେଶ୍ୱର ଲୋକ ସଙ୍ଗଠନ ପ୍ରମୁଖ ଆଦିବାସୀ ସଙ୍ଗଠନ ଯୋଗ ଦେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦୀର୍ଘ ୩୮ ବର୍ଷ ଧରି ପୁରାତନ ସମ୍ମାନ ସଂସ୍ଥାର ଅବଦାନ ସମ୍ପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ଲୋକ ସଂଘ କୁ ନେଇ ସମ୍ମାନ ସ୍ବେଛାସେବୀ ସଂଗଠନର ଜନସଂପର୍କ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମାନ ପ୍ରତିଷ୍ଠାତା ସମ୍ପାଦକ ତଥା ଅଧ୍ୟକ୍ଷ ଶୈଳେନ୍ଦ୍ର ନାରାୟଣ ପଟନାୟକ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ସଭାପତି ଅର୍ଜୁନ ମଳିକ ସମ୍ପାଦକ ଲିଙ୍ଗରାଜ ପଣ୍ଡା କୋଷାଧ୍ୟକ୍ଷ ସତୀଶ କୁମାର ଆଚାର୍ଯ୍ୟ ସିମାଞ୍ଚଳ ଗୌଡ଼ ରବୀନ୍ଦ୍ର ଗୌଡ଼ ଖଲି ମହାରଣା ଦୀନବନ୍ଧୁ ରାଉତ କେଶବ ମଳିକ ସାହେବ ମହାକୁଡ ଦିବାକର ପାଢ଼ୀ ରାଜକିଶୋର ମଳିକ ମକରା ମଳିକ ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଦିବାସୀ ଲୋକ ସଙ୍ଗଠନ ର ଆଗାମୀ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।