ଆଦିବାସୀ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଗ୍ରାମବିକାଶ ସଂସ୍ଥା ପରିଦର୍ଶନ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଭାରତ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଏମ୍.ଆର. ଟେସେରିଂ ଗଜପତି ଜିଲା ଗ୍ରସ୍ତରେ ଆସିଛନ୍ତି । କଇଁପୁର ଠାରେ ଥିବା “ଗ୍ରାମବିକାଶ”ସଂସ୍ଥା ଦ୍ୱାରା ପରିଚାଳିତ ମହେନ୍ଦ୍ର ତନୟା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ ମାର୍କୁଡା ଗ୍ରାମକୁ ଯାଇ “ଗ୍ରାମ ବିକାଶ” ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଶୁଦ୍ଧ ପାନୀୟଜଳ, ପାଇଖାନା, ଗାଧୁଆଘର ଯୋଜନା ଇତ୍ୟାଦି ବୁଲି ଦେଖିଥିଲେ । ଗ୍ରାମବାସୀଙ୍କୁ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ଉପରେ ବୁଝି ବେଶ ସନ୍ତୋଷ ପ୍ରକଟ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମବିକାଶ ସଂସ୍ଥାର ନିର୍ଦ୍ଦେଶକ ଲିବି ଜନ୍ସନ୍, କ୍ଲଷ୍ଟର ପରିଚାଳକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଗ୍ରାମବିକାଶ ସଂସ୍ଥାର ଆଶୁତୋଷ ଭଟ୍ଟ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତଥିଲେ ।