ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା

ଭୋପାଳ : ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଛି । ଏନ୍‌ଟିପିସିର ଦୁଇ ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହିତ ଶତାଧିକ ରେଳବାଇ କର୍ମଚାରୀ ଫସି ରହିଛନ୍ତି ।ଏନ୍‌ଟିପିସି ପ୍ଲାଣ୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ସହିତ ଏକ ଖାଲି ଟ୍ରେନ୍‌ ଧକ୍କା ହେବା ଫଳରେ ଦୁଇଟି ଯାକ ଟ୍ରାକ୍‌ ବନ୍ଦ ପଡିଛି । ଏହି ରାସ୍ତା ଦେଇ ଅନ୍ୟାନ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଧାନ ପୋଲିସ୍‌ ଷ୍ଟେସନ୍‌ ନିକଟସ୍ଥ ରେଲଓ୍ବେ ଟ୍ରାକ ନିକଟର ଏହି ଦୁର୍ଘଟଣା ଘଟିଥିଲା । ପୋଲିସ୍‌, ଅଗ୍ନିଶମ ବିଭାଗ ଏବଂ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ