ଆଦିବାସୀ କୁଡୁମି ସମାଜ, ଓଡ଼ିଶା ଆନୁକୂଲ୍ୟରେ ସେପ୍ଟେମ୍ବର ୬ ତାରିଖକୁ କଳା ଦିବସ ପାଳନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଆଦିବାସୀ କୁଡୁମି ସମାଜ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମ ବଙ୍ଗ,ଛତିଶଗଡ଼,ଆସାମ,ବିହାରର ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଛନ୍ତି ।ସେମାନଙ୍କର ସଂସ୍କୃତି,ଭାଷା ଓ ପରଂପରା ଅନନ୍ଯ ହେଲେ ସେମାନେ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆଦିବାସୀ କୁଡୁମି ଏସ୍ ଟି ତାଲିକା ଭୁକ୍ତ ମାନ୍ୟତା ପାଇଁ ଆସୁଥିଲା । କିନ୍ତୁ କିଛି ଚକ୍ରାନ୍ତ କାରୀ ଯୋଗୁଁ କେନ୍ଦ୍ର ସରକାର ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଆଦିବାସୀ କୁଡୁମି ତାଲିକାରୁ ଉଛେଦ କରି ଦିଆଗଲା । ପୁନଃ କୁଡୁମି ସମାଜକୁ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ସେହି ଦିନଠାରୁ ଆଜିଯାଏଁ ଆନ୍ଦୋଳନ କରି ଆସୁଛନ୍ତି । ସେପ୍ଟେମ୍ବର ୬ ତାରିଖକୁ ପ୍ରତିବର୍ଷ କଳା ଦିବସ ଭାବେ ପାଳନ କରି ଆସୁଛନ୍ତି ।ଏହି କାର୍ଯ୍ୟକ୍ରମରେ ଆଶୀଷ ମହାନ୍ତ,ରାଜୁ ମହାନ୍ତ, ଜଗନ୍ନାଥ ମହାନ୍ତ, ବାସୁଦେବ ମହାନ୍ତ, ସଞ୍ଜୟ ମହାନ୍ତ,ହରମୋହନ ମହାନ୍ତ,ବାବୁଲି ମହାନ୍ତ,ସାନ ମହାନ୍ତ,ମନ ମୋହନ ମହାନ୍ତ,ଟିକାୟତ ମହାନ୍ତ ଏବଂ ବହୁ କୁଡୁମି ମହିଳା ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ