ଆଦିବାସୀ ଚାଷୀଙ୍କ ଭିନ୍ନ ପ୍ରୟାସ ବଜାରରେ ରଙ୍ଗ ବେରଙ୍ଗ ର ଫୁଲ-ବନ୍ଧା କୋବିର ପସରା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏକ ପାହାଡ଼ିଆ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀମାନେ ପ୍ରାୟତଃ ନି ନିଜ ପାରମ୍ପରିକ ଚାଷ ହଳଦୀ, କାନ୍ଦୁଲ, ସୋରିଷ, ଫୁଲଝାଡୁ ଭଳି ଚାଷ କରୁଥିବା ବେଳେ ଧୀରେଧୀରେ ପରିବା ଚାଷ ପ୍ରତି ଆଗ୍ରହ ବୃଦ୍ଧି କରିଛନ୍ତି। ଫୁଲ କୋବି, ବିନ୍ସ, ବନ୍ଧାକୋବି, ଫଳକୋବି, ଗ୍ରୀନ ମଟର, ଟମାଟୋ, ବାଇଗଣ, ଭଳି ବହୁ ପରିବା ଜୈବିକ ପଦ୍ଧତିରେ ଚାଷ କରି ବେଶ ଭଲ ରୋଜଗାର କରିଥିବା ବେଳେ ସ୍ଥାନିୟ ଅଞ୍ଚଳର ଦେଶୀ ସାମଗ୍ରୀ ବୋଲି ଫୁଲ, ବିନ୍ସ, ବନ୍ଧା, ମଟର ଭଳି ବହୁ ପରିବା ଓଡ଼ିଶାର ବିଭିନ୍ନ ବଡ଼ ବଡ଼ ସହରରେ ବିଶେଷ କରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବେଶ ଭଲ ଚାହିଦା ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀ ଆଉକିଛି ନୂଆ କରିବା ଏବଂ ଲୋକଙ୍କ ଚାହିଦା ମେଣ୍ଟେଇବା ନିମନ୍ତେ ଏକ ନୂଆ ପ୍ରୟାସ କରି ସଫଳ ହୋଇଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ପରିବା ମାର୍କେଟରେ ବିଦେଶୀ ପରିବା ଦେଖିବାକୁ ମିଳିଛି। ବିଦେଶୀ ପରିବା କହିଲେ ଗ୍ରୀନ ଫୁଲ କୋବି, ହଳଦୀଆ ଫୁଲକୋବି, ପିଙ୍କ୍ ଫୁଲ କୋବି ଓ ଚାଇନିଜ ବନ୍ଧା କୋବି (ଦେଖିବାକୁ ଲମ୍ବା) ମେରୁନ ବନ୍ଧା କୋବି। ଘୁ.ଉଦୟଗିରି ସହରରେ ପ୍ରଥମ ଥର ପାଇଁ ଏହି ପରିବା ବିକ୍ରି ହେଉଥିବା ବେଳେ ଲୋକମାନେ ଏହା ଦେଖିବାକୁ, ପରିବା ବିଷୟରେ ଜାଣିବାକୁ ଓ ଜାଣି ନେବାକୁ ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଛି। ପରିବା ଦାମ ମଧ୍ୟ ଅନ୍ୟ ପାରିବା ତୁଳନାରେ ସମାନ ରହିଛି। ଏହିପରି ଏକ ଭିନ୍ନ ପ୍ରୟାସ କରିଛନ୍ତି ଜଣେ ଚାଷୀ ରାଇକିଆ ବ୍ଲକ ଅନ୍ତର୍ଗତ ବାଡ଼ାଜିରି ଗ୍ରାମର ବରୁଣ ପ୍ରଧାନ। ସୂଚନା ମୁତାବକ ସେ ଏହି ଚାଷ ଜଣେ ବ୍ୟକ୍ତିଙ୍କ ଠାରୁ ଦେଖି ଥିଲେ ଓ ଚିନ୍ତା କଲେ ଅନ୍ୟ ଚାଷୀ ମାନଙ୍କ ଠାରୁ ଟିକେ ଭିନ୍ନ କରିବା ପାଇଁ ଓ ନିଜର ଚାଷ ଜମିରେ, ପ୍ରଥମ ପର୍ଯ୍ୟାୟରେ ସବୁ ଭେରାଇଟି ହଜାର ହଜାର ଚାରା ଲଗେଇ ପରିବା ଚାଷ ଆରମ୍ଭ କଲେ। ବର୍ତ୍ତମାନ୍ ସୁନ୍ଦର୍ ଫୁଲ ଓ ବନ୍ଧା ବାହାରିଛି ଯାହା ମାର୍କେଟ ରେ ଚାହିଦା ରହିଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ବିଦେଶୀ ପରିବା ଉତ୍ପାଦନ କରାଯାଇ ପାରିବ ତାହା ପ୍ରମାଣିତ ହୋଇଛି। କେବଳ ଥଣ୍ଡା ଅଧିକ ଆବଶ୍ୟକ ରହିଛି ଏହି ପରିବା ଚାଷ ପାଇଁ, ତେବେ ବନ୍ଧାକୋବି (ଗ୍ରୀନ)ଗୋଟା ୪୦ ଟଙ୍କା ରହିଥିବା ବେଳେ ମେରୁନ ବନ୍ଧା ମଧ୍ୟ ଗୋଟାକୁ ୪୦, ଗ୍ରୀନ ଫୁଲ କେଜି ପ୍ରତି ୫୦, ହଳଦୀଆ ଫୁଲ ୫୦, ପିଙ୍କ୍ ଫୁଲ ମଧ୍ୟ ୫୦ ଟଙ୍କା କେଜି ପ୍ରତି ରହିଛି।ଏହି ସବୁ ପରିବା ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ବେଳେ ଏହି ରଙ୍ଗ ବେରଙ୍ଗ ଫୁଲକୋବି ଏବଂ ବନ୍ଧାକୋବି ରେ ଔଷଧୀୟ ଗୁଣ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ