ମିଡ ୱାଫେରୀ ଲେଡ କେୟାର ୟୁନିଟର ଶୁଭ ଉଦଘାଟନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ମାତୃ ଓ ଶିଶୁ କୋଠାରେ ଏକ ନୂତନ ବିଭାଗ (ମିଡ ୱାଫେରୀ ଲେଡ କେୟାର ୟୁନିଟ୍)ର ଶୁଭ ଉଦଘାଟନ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ କରକମଳରେ ହୋଇଯାଇଛି । ଏହିପରି ପ୍ରସୂତି ନେତୃତ୍ବ କେନ୍ଦ୍ର ସମଗ୍ର ଓଡ଼ିଶା ରାଜ୍ୟରେ ପ୍ରଥମ ହୋଇଥିବା ବେଳେ, ଏଠାରେ ସମସ୍ତ ମହିଳା ମାନଙ୍କୁ ଉନ୍ନତ ମାନର ସମ୍ମାନଯୁକ୍ତ ତଥା ସହାନୁଭିତିକ ସେବା ପ୍ରଦାନ କରିବ। ୬ ଜଣ ତାଲିମ ପ୍ରାପ୍ତ ଏନ. ପି. ଏମ୍. (ବିଶେଷଜ୍ଞ ସେବିକା) ଏଠାରେ ନିଯୁକ୍ତ କରାଯାଇଥିବା ବେଳେ ସେମାନେ ପରିବାର ଆରମ୍ଭର ଯୋଜନା ସମୟ ଠାରୁ ମାଆ ମାନଙ୍କୁ ସମସ୍ତ ଗର୍ଭ ଧାରଣ ତଥା ପ୍ରସୂତି ପରବର୍ତୀ ଯତ୍ନର ସେବା ଯୋଗେଇବାର ଯୋଜନା କରିବେ। ସମୁଦାୟ ଭାବେ ଜଣେ ଗର୍ଭବତୀ ମାଆ ଏକ ସୁଖଦ ପ୍ରସବର ଅନୁଭବ କରିବ। ଏଠାରେ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆହେବ। ଏହା ଦ୍ବାରା ସହଜ ଓ ସରଳ ପ୍ରସବ ହେଇ ପାରିବ ବୋଲି କୁହାଯାଇଛି।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମନୋଜ କୁମାର ଉପଧ୍ୟାୟ , ସ୍ୱାସ୍ଥ୍ୟ ଉପ ଅଧିକାରୀ (ପରିବାର କଲ୍ୟାଣ) ଡ଼.ପ୍ରସନ୍ନ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟ ଉପ ଅଧିକାରୀ (ଜନ ସ୍ୱାସ୍ଥ୍ୟ )ଡ଼.କଲ୍ୟାଣୀ ମିଶ୍ର, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଭୟ କୁମାର ପଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିସନର ଜିଲ୍ଲା ପରିଚାଳକ ମନୋରଞ୍ଜନ ସାହୁ , କୈଶୋର ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶିଷ କୁମାର ମହାନ୍ତି, ହସପିଟାଲ ମ୍ୟାନେଜର ଦ୍ୱୟ ତଥା ସମଗ୍ର ମିଡ ୱାଇଫ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ