ଆଦିବାସୀ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତାଲ ଆଦିବାସୀ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାତ୍ରପୁର ଶାଖା paରିଚାଳକ ଦୁର୍ଯ୍ୟୋଧନ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧାନଘର ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଲୋକସାହି କନ୍ୟାଶ୍ରାମ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ରଥ, କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ବଡ଼ ମୁଣ୍ଡି, ନାଟ୍ୟ ନିର୍ଦ୍ଧେଶକ ଶିଶିର ଶତପଥୀ, ପ୍ରମୁଖ ମଞ୍ଚାସିନ ଥିଲେ। ଜଗନ୍ନାଥଙ୍କ ଫୋଟୋ ଚିତ୍ର ନିକଟରେ ପୁଷ୍ପ ପ୍ରଦାନ ପରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ପିଲା ମାନଙ୍କ ବୌଦ୍ଧିକ ଓ ସୌଖିକ ଜ୍ଞାନ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ, ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଚେତନଧର୍ମୀ ନାଟକ “ଗୁରୁ ଦକ୍ଷିଣା ଓ ମୁଖ୍ୟବକ୍ତାଙ୍କ ଜଗନ୍ନାଥ ଭଜନ ପରିବେଷଣ ଅତିଥି ଓ ଅଭିଭାବକମାନଙ୍କ ମନ ମୋହିଥିଲା। ପୂର୍ବରୁ ଅନୁଷ୍ଠିତ କୁଇଜ, ଚିତ୍ରାଙ୍କନ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତୀ ବିଦ୍ୟାର୍ଥମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସହାୟକ ଶିକ୍ଷକ ଲିଙ୍ଗରାଜ ଯାନୀ, ବନ ବିହାରୀ ବିଶ୍ୱାଳ, ସଞ୍ଜୟ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଶିକ୍ଷୟିତ୍ରୀ ରଞ୍ଜିତା ପାଢ଼ୀ ଓ ଶଙ୍କର ପଟ୍ଟନାୟକ ସଂଯୋଜନା କରିଥିଲେ। ଶିକ୍ଷକ ଉଦୟ ନାଥ ପ୍ରଧାନ, ରାମଚନ୍ଦ୍ର ପାଢ଼ୀ, ଦୁର୍ଯ୍ୟୋଧନ ରେଡ୍ଡୀ, କବିରାଜ ଛଟେଇ, ଅର୍ଜୁନ କାର୍ଜି, ସନ୍ତୋଷ କୁମାର ସେଠୀ, ରାଜେଶ୍ୱର ନାୟକ ଙ୍କ ସମେତ ପ୍ରମିଳା କୁମାରୀ ବେହେରା ସହଯୋଗ କରିଥିଲେ।