ଆଦିବାସୀ ଭତରା ଭାଇଚାରା ପରମ୍ପରା ର ପର୍ଵ ପାଟଯାତ୍ରା

କଳାହାଣ୍ଡି- ଆଦିବାସୀ ଭତରା ସମାଜ ର ପରମ୍ପରା ର ପର୍ବ ପାଟଯାତ୍ରା ରେ ଦେଖିବାକୁ ମିଳିଛି ଭିର୍ଣ୍ଣ ଏକ ଏକତା । ନିଜ ବଂଶୀୟ ଙ୍କ ମଧ୍ୟରେ ରହିଥିବା ଭାଇଚାରା ଓ ଏକତା ଦେଖିବାକୁ ମିଳିଛିକୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ ଗ୍ରାମ ଠାରେ କାଉଡୋଲିଆ ମାଝୀ ପରିବାର ର ବଂଶୀୟ ପାଟଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି। ପ୍ରତି ୨୩ ବର୍ଷ ଅନ୍ତରାଳରେ ଏହି ପର୍ଵ ପାଳନ ହେଉଥିବା ବେଳେ ପାଟଯାତ୍ରା ରେ ଜିଲ୍ଲା ତଥା ନବରଙ୍ଗପୁର କୋରାପୁଟ ସହ ରାଜ୍ୟ ବାହାରୁ ୫ ହଜାର ରୁ ଉର୍ଦ୍ଧ୍ଵ ବଂଶୀୟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଗ୍ରାମ ପୁଝାରି ଙ୍କ ଘରୁ ବିଭିନ୍ନ ଗ୍ରାମରୁ ଆସିଥିବା ଦେବା ଦେବୀ ଙ୍କ ସୁସଜ୍ଜିତ ଲାଠି ଓ କୁର୍ସି ଠୁଳ ହେବାପରେ ଏକ ବିରାଟ ପଟୁଆର ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ଦେବାଦେବୀ ଙ୍କ ଲାଠି କୁର୍ସି କୁ ଶ୍ରଦ୍ଧାଳୁ ମାନେ ବୋହି ନେଉଥିବା ସମୟରେ ବାଜା ର ତାଳେ ତାଳେ ଆଦିବାସୀ ଙ୍କ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ । ପରେ ଉତ୍ସବ ପଡିଆ ରେ ପହଂଚିବା ପରେ ଭୈରବ ଦେବଙ୍କ ନିକଟରେ ପାଟଖଣ୍ଡା କୁ ପୂଜାର୍ଚ୍ଚନା କରିବା ସହ ଦେବା ଦେବୀଙ୍କ କାଲିସି ମାନେ ନୃତ୍ୟ କରିଥାନ୍ତି । ଏହି ଉତ୍ସବ ରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ର ୬୫ ଗ୍ରାମ ବଂଶୀୟ ପରିବାର ଓ ବନ୍ଧୁ ବାନ୍ଧବ ଙ୍କ ଭାବ ର ଆଦାନପ୍ରଦାନ ପାଟଯାତ୍ରା ର ଅନ୍ୟ ଏକ ବୈଶିଷ୍ଟ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ