ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ସୁନାମ ଅର୍ଜନ କରିବା ସହ କନ୍ଧମାଳ ଜିଲ୍ଲାର ନା ରଖିଲେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ ଖେଳକୁଦ, ସାମାଜିକ ଓ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଅବସରରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଦିବାସୀ ପାରମ୍ପାରିକ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମେ କଲେଜ ସ୍ତର ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ଇଣ୍ଟର କଲେଜ ସ୍ତରରେ ଚମ୍ପିୟାନ ହେବାପରେ ଇଷ୍ଟ ଜୋନରେ ଚାରୋଟି ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ମଧ୍ୟ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଚମ୍ପିୟାନ ହୋଇ ବର୍ତ୍ତମାନ ଜାତୀୟ ସ୍ତରରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟି ଆନୁକୂଲ୍ୟରେ ପଞ୍ଜାବ ଏଗ୍ରିକଲଚର ୟୁନିଭରସିଟି ଲୁଧିଆନାରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେପଟେ ଜାତୀୟ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଛାତ୍ରଛାତ୍ରୀ । ଆମ ଉପରେ ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା ଙ୍କ ଆଶୀର୍ବାଦ ରହିଛି ଏବଂ ଆମ ଅଞ୍ଚଳର ଜଣାଶୁଣା ଯୁବ କୋରିଓଗ୍ରାଫର ଆମକୁ ନୃତ୍ୟ ଶିଖାଇବା ସହ ଆମ ସହ ନୃତ୍ୟ ପରିବେଷଣ କରୁଛନ୍ତି । ଏଣୁ ଆମେ ମନୋବଳ ସୁଦୃଢ ରହିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ କନ୍ଧମାଳର ନାଁ ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ବିକାଶ ହୋଇପାରିଛି । ପଞ୍ଜାବରେ ହେବାକୁ ଥିବା ଜାତୀୟ ସ୍ତରରେ ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ଏବଂ ଆମ ଜିଲ୍ଲାର ଆଦିବାସୀ ନୃତ୍ୟ,ପରମ୍ପରା,ଚଳଣି ଆଦିର ପ୍ରଚାର ପ୍ରସାର ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଅସ୍ମିତା ବେଉରା, କଣ୍ଟିନଜେଣ୍ଟ ଇନଚାର୍ଜ ବ୍ରହ୍ମପୁର, ଡ଼.ସରିତା ଦାସ କଲଚୁରାଲ ସେକ୍ରେଟାରୀ ବ୍ରହ୍ମପୁର, ରବିନ୍ଦ୍ର ନାଥ ସ୍ବାଇଁ ଟିମ୍ ମ୍ୟାନେଜର ବ୍ରହ୍ମପୁର ଏବଂ ଆଦିବାସୀ ମହାବିଦ୍ୟାଳୟର ପ୍ରଫେସର ହିମାଂଶୁ ଚରଣ ସାହୁ ଏବଂ ଅରୁନ୍ଧତୀ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ