ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ ଉଦବୋଧନ ଛଳରେ ବିଭାଗର ସ୍ମୁତିଚାରଣ କରିଥିଲେ । ଅଧ୍ୟାପିକା ସ୍ନେହଲତା ମାଝୀ ଓ ଅଧ୍ୟାପିକା ସୁଲୋଚନା କହଁର ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସୋନାଲିକା ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ପାତ୍ର, ବିଦାୟ କାଳୀନ ସଙ୍ଗୀତ ଗାନ କରିଥିଲେ । ଶରତ ପଟ୍ଟନାୟକ ଟୀକାରାମଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମଟି ବେଶ୍ ଉପଭୋଗ୍ୟ ହୋଇପାରି ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ