ଏସଓଜି ଓ ଡ଼ିଭିଏଫ ଯବାନ ଙ୍କ ମିଳିତ କମ୍ବିଙ୍ଗ ଅପେରସନ : ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡ଼ିଭିଏଫ ଯବାନ ମlନେ ସୋମବାର ବାଲିଗୁଡା ଥାନା ଅନ୍ତର୍ଗତ  ତିଲକୀ ଗ୍ରାମ ନିକଟ ଜଙ୍ଗଲ ରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦୀ କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଥିବା ନେଇ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର,ଜଗ ,କୁରାଢ଼ୀ, ଚଷମା, ଟର୍ଚ୍ଚ, ଦଉଡି, ଛତା, ଷ୍ଟିଲ ପ୍ଲେଟ, ଟିଫିନବକ୍ସ, ୱାଟର ବୋଟଲ, ଷ୍ଟିଲମଗ, ଆଦି ଅନେକ ଜିନିଷ ପତ୍ର ସମେତ କିଛି ଖାଦ୍ୟ ସାମଗ୍ରି ମାନ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତିl ସୂଚନା ଯୋଗ୍ୟ ଯେ, ଗତ ମେ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସାଗୁଡା ଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା l କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ଙ୍କ ରଣ କୌଶଳ, ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲାରେ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ