ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ରାଜସ୍ବ ସବ୍ ଡିଭିଜନ କୁ ନେଇ ଦାବିପତ୍ର ପ୍ରଦାନ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଠାରେ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଏମ୍ ରାମପୁର କୁ ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦାବୀ ନେଇ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଛି। ପ୍ରଥମେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ। ଏମ. ରାମପୁର ସମସ୍ତ ଦୃଷ୍ଟି କୋଣ ରୁ ରାଜସ୍ବ ସବଡ଼ିଭିଜନ ର ଭିତିଭୂମି ସହିତ ଯୋଗ୍ୟତା ପରିସରରେ ମଧ୍ୟ୍ୟରେ ଆସୁଛି। ସରକାରଙ୍କ ନିୟମ ମୁତାବକ ସମସ୍ତ ନିର୍ଦ୍ଧାରିତ ଗାଇଡ଼ ଲାଇନର ସର୍ତ୍ତ ପୂରଣ କରୁଛି। ତେଣୁ ଏଠାରେ ରାଜସ୍ବ ସବଡିଭିଜନ ର ଭିତିଭୂମି ପରିସରଭୁକ୍ତ ରହିଛି। ତେଣୁ ରାଜସ୍ବ ସବ ଡିଭିଜନ ମାନ୍ୟତା ପାଇବା ପାଇଁ ଏହି ବ୍ଲକ ର ଯଥାର୍ଥତା ରହିଛି।ଏଥିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ଆଦିବାସୀ ସଂଗ୍ରାମ ମଞ୍ଚ ର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ସମେତ ସମସ୍ତ ସରପଞ୍ଚ,,ସମିତିସଭ୍ୟ ଓ ସମସ୍ତ ରାଜନୈତିକ ଦଳ ର କର୍ମ କର୍ତ୍ତା ସାମିଲ ଥିଲେ।


