‘ଆଦିମ୍ ସାଓ୍ବନ୍ତା’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦,୦୦୦ ଟଙ୍କା ଚେକ୍ ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ)ଅଦୃଶ ଭୂତାଣୁ’କରୋନା’ ଆଜି ସାରା ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି ।କରୋନା-ଲକ୍ ଡାଉନ୍-କାମଧନ୍ଧା ବନ୍ଦ ସବୁକୁ ନେଇ ଛଟପଟ ମଣିଷ ସମାଜ । ଏଭଳି ଘଡିସନ୍ଧି ସମୟରେ ଦେଶ ଓ ଓଡ଼ିଶାର ଆର୍ଥିକ ପରିସ୍ଥିତି ରସାତଳକୁ ଯାଉଛି ।’କରୋନା’କୁ ମୁକାବିଲା କରିବା ପାଇଁ କୋଟି ଟଙ୍କାର ଆବଶ୍ୟକତା ରହିଛି । ଏଥିପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଯଥା ସାମର୍ଥ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପାଇଁ ନିବେଦନ କରିଛନ୍ତି । ଏଭଳି ଓଡ଼ିଶାର ବିପତ୍ତି ସମୟରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ଆଦିବାସୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ୍ ସାଓ୍ବନ୍ତା’ର କର୍ମକର୍ତ୍ତାମାନେ ଚିନ୍ତା କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଥାସମ୍ଭବ ସାହାଯ୍ୟ ପାଇଁ ନିଷ୍ପତ୍ତି ନେଇଥିଲେ । ଗୁରୁବାର ଦିନ ଅନୁଷ୍ଠାନର କର୍ମକର୍ତ୍ତା ସଭାପତି ଲଛୁ ହାଁସଦାଙ୍କ ନେତୃତ୍ବରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦,୦୦୦ ଟଙ୍କାର ଚେକ୍ ସହାୟତା ପ୍ରଦାନ କରିଥିଲେ । ସଭାପତିଙ୍କ ସହିତ ସଂପାଦକ ମନୋରଞ୍ଜନ ମୁର୍ମୁ, ଉପଦେଷ୍ଟା ଯିଶୁ ମାରାଣ୍ଡି, ଦମୟନ୍ତୀ ମୁର୍ମୁ, ମିଥିଳା ଟୁଡୁ,ଭୁଗୁଲୁ ମାରାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାର ଏହି ଆଦିବାସୀ ଅନୁଷ୍ଠାନ ବହୁ ସାମାଜିକ କାର୍ଯ୍ୟ ତଥା ରକ୍ତ ସଂଗ୍ରହ, ସାମାଜିକ ସଚେତନତା କାର୍ଯ୍ୟକ୍ରମ ରଜ ନିୟୋଜିତ ରହି ଆସିଛି ।ଅଙ୍କରେ ଯଦିଓ ଛୋଟିଆ କିନ୍ତୁ ସଂଗଠନର କର୍ମକର୍ତ୍ତାମାନଙ୍କ ଚିନ୍ତା ଉଚ୍ଚ କୋଟୀର । ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିଲେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ସମୟରେ ଏହା ପିଡିତଙ୍କୁ ସହାୟତା ରେ ନିଶ୍ଚିତ ଲାଗିବ । ସଂଗଠନର ଉଦ୍ୟମ ପ୍ରଶଂସନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ