ଆଧାର କାର୍ଡ ନଥିଲେ ମିଳିବନି ସରକାରୀ ସୁବିଧା 

ଭୁବନେଶ୍ୱର- ଆପଣଙ୍କ ଆଧାର କାର୍ଡ ନଥିଲେ ଆଉ ମିଳିବନି ଭତ୍ତା ଏନେଇ ଗୁରୁବାର ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ସବୁ ପେନସନଧାରୀମାନେ ନିଜର ଆଧାର ଲିଙ୍କ୍ କରାଇନେବାକୁ କହିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଏବେ ମଧୁବାବୁ ପେନସନ ଯୋଜନାରେ ଭତ୍ତାପାଉଥିବା ଲୋକଙ୍କ ଭିତରୁ ୨୩ ପ୍ରତିଶତ ଲୋକ ନିଜର ଆଧାର କାର୍ଡ ଲିଙ୍କ୍ କରାଇନାହାନ୍ତି। ସେହିପରି ନ୍ୟାସନାଲ୍ ସୋସିଆଲ୍ ଆସିଷ୍ଟାଣ୍ଟ ପୋଗ୍ରାମରେ ୯ ପ୍ରତିଶତ ଲୋକ ନିଜର ଆଧାର ଲିଙ୍କ୍ କରିନାହାନ୍ତି । ଲୋକମାନେ ଯଥାଶିଘ୍ର ସେମାନଙ୍କର ଆଧାର ନମ୍ବର ଆଣି ଲିଙ୍କ୍ କରାନ୍ତୁ ବୋଲି କହିଛନ୍ତି ରାଜ୍ୟସରକାର ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ