ଆଧାର ପଞ୍ଜୀକୃତକୁ ନେଇ ଚାଲିଛି ବ୍ୟାଙ୍କରେ ବ୍ୟବସାୟ
ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବହୁ ପ୍ରକାର ଯୋଜନା ଲୋକ ଲୋଚନକୁ ଆଣିଛନ୍ତି ଯାହା ଦ୍ୱାରାକି ଗରିବ ଶ୍ରେଣୀ ଓ ସାଧାରଣ ଲୋକେ ଏହି ସବୁ ଯୋଜାନରୁ ଉପଭୋକ୍ତା ହୋଇ ନିଜର ସୁବିଧା ପାଇ ପାରିବେ ତାହା ନେଇ ଖବର କାଗଜରେ ପ୍ରଶାରିତ ହେଉଛି । ହେଲେ ସେଥିମଧ୍ୟରୁ ଆଧାର କାର୍ଡ ନିହାତି ଆବଶ୍ୟକ ଥିବା ଯୋଗୁଁ ଛୋଟ ପିଲାଠୁ ନେଇ ବଡ ପର୍ଯ୍ୟନ୍ତ ଆଧାର ପଞ୍ଜୀକୃତ ଆବଶ୍ୟକ ନିହାତି ଯାହା ଦ୍ୱାରାକି ବ୍ୟାଙ୍କ ଖାତାଠୁ ନେଇ ପାଠପଢା, ଚାକିରି କ୍ଷେତ୍ର, ଖାଉଟି କାର୍ଡ ବାହାର ରାଜ୍ୟକୁ ଭ୍ରମଣ ଏପରି ଅନେକ ସ୍ଥାନରେ ଆବଶ୍ୟକ ରହୁଛି ଆଧାର କାର୍ଡ ସରକାର ଏହାକୁ ପ୍ରଥମେ ଗ୍ରାମ ଗ୍ରାମ ବୁଲି ମାଗଣାରେ ଆଧାର କାର୍ଡ ନୂତନ ପଞ୍ଜୀକୃତ ପାଇଁ ଯୋଗାଇ ଥିଲେ । ଧିରେ ଧିରେ ତାହା ସରକାରୀ ନିୟମ ଅନୁଯାୟୀ ୬୦ ଟଙ୍କା ଶ୍କୋକ ରଖାଯାଇଥିଲା । ଅଧିକ ପରିମାଣରେ ଲୋକେ ନୂତନ ଆଧାର କାର୍ଡ ପଞ୍ଜୀକୃତ, ସଂଶୋଧନ ପାଇଁ ପ୍ରତ୍ୟେକ ବ୍ୟାଙ୍କ ଗୁଡିକରେ ଯୋଗାଇ ଦିଆଗଲା ଆଧାର ସଂଶୋଧନ କେନ୍ଦ୍ର ଏହାକୁ ନେଇ ପୁଣି ଚାଲିଲା ବ୍ୟବସାୟ । ଯାହାକି ବ୍ୟାଙ୍କରେ ସଂଶୋଧନ କରିଲେ ଦେବାକୁ ପଡୁଛି ୧୦୦ ଟଙ୍କା ଏହିପରି ସବୁ ଅଭିଯୋଗ ଆସିଛି ଅଡବା ରୁଷିକୁଲ୍ୟା ଗ୍ରାମ୍ୟ ବ୍ୟାଙ୍କରେ କାର୍ଯ୍ୟଗତ କରୁଥିବା ଆଧାର କେନ୍ଦ୍ର କର୍ମଚାରୀ ଉପରେ ସେ ଅଡବା ଅଂଚଳର ଦୁର୍ଗମ ଅଂଚଳରୁ ଆସୁଥିବା ନିରିହ ଅଦିବାସୀ ଗରିବ ଲୋକଙ୍କଠାରୁ ଆଧାର ସଂଶୋଧନ, ନୂତନ ପଞ୍ଜୀକୃତ ପାଇଁ ୨୫୦ ଟଙ୍କା ନେବା ସହ ତାହାର ଏକ ଜେରେକ୍ସ କପି ଦେବା ପାଇଁ ୭୦ ଟଙ୍କା ନେଉଛନ୍ତି ଏପରିକି ବିଭିନ୍ନ ସମୟରେ ସେ ବ୍ୟାଙ୍କରେ ଉପସ୍ଥିତ ରହୁନଥିବା, ସମୟ ନଥିବା କହି ମୋହନା ଆସନ୍ତୁ ଆମର ଜନସେବାକେନ୍ଦ୍ରକୁ ସେଠାରେ ଆପଣଙ୍କୁ ଆଧାର କାର୍ଡ ବନାଇ ଦିଆଯିବ । ଯାହା ଫଳରେ ଆଧାର କାର୍ଡକୁ ନେଇ ବ୍ୟବସାୟ ସୃଷ୍ଟି କରିଛନ୍ତି ଏଭଳି କିଛି ଆଧାର କେନ୍ଦ୍ରଧାରୀ । ଏହାର ତୁରନ୍ତ ତଦନ୍ତ କରି ଉକ୍ତ ଆଧାର କେନ୍ଦ୍ରର ପ୍ରମାଣ ରଦ୍ଦ କରିବା ପାଇଁ ଅଚଂଳବାସୀ ଦାବି କରିଛନ୍ତି ।