ଆଦିବାସୀ ଝିଅ ନମିତା ମେଲକା ଙ୍କ ଗୀତ ହେଲା ରେକଡିଂ

ଜୟପୁର,(ୱାଇଏନ୍ଏସ୍): ଜୟନ୍ତୀ ଗିରି ଷ୍ଟୁଡିଓ ରେ ରେ ଆଦିବାସୀ ଝିଅ ନମିତା ମେଲକା ଙ୍କ ଗୀତ ହେଲା ରେକଡିଂ । ତାଙ୍କର ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଏବେ ଚର୍ଚ୍ଚାରେ ସେ ଗତ ବର୍ଷ ରେଳ ଷ୍ଟେସନରେ ବୁଲି ବୁଲି ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ ଗୀତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ପାଲଟି ଯାଈଥିଲେ । ଆଉ ଏବେ ତାଙ୍କ ରାସ୍ତାରେ କୋରାପୁଟ ଜିଲ୍ଲାର ଆଦିବାସୀ ଝିଅ ନମିତା ମେଲକା ନକ୍ସଲ ପ୍ରବଣ ବନ୍ଧୁଗାଁର ଝିଅ ନମିତା ବିନା ତାଲିମରେ ସୁନ୍ଦର ଗୀତ ସବୁ ଗାଉଥିବା ବେଳେ ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଆଉ ଏହା ପରେ ନମିତାଙ୍କ ପାଖକୁ ଛୁଟୁଛି ଗୋଟିଏ ପରେ ଗୋଟିଏ ସଂଗୀତ ନିର୍ଦେଶକଙ୍କ ଛୁଅ । ତାଙ୍କ କଣ୍ଠରୁ ଝରି ଆସୁଛି ଗୋଟିଏ ପରେ ସୁନ୍ଦର ଗୀତ ବଲିଉଡ ହେଉ କି ଓଲିଉଡ,ଆଦିବାସୀ ଗୀତ ହେଉକି କୁଇ ଭାଷାରେ ଗୀତ । ସବୁ କିଛି ଅବିକଳ ଗାଇବାରେ ସିଏ ମାହିର ଏପରି ସୁନ୍ଦର ଗୀତ ଗାଉଥିବା ଏହି ଝିଅଟି ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକ ଚିନ୍ତାଗୁଡାର ନମିତା ମେଲକା । ନମିତାଙ୍କ ଏସବୁ ସୁନ୍ଦର ଗୀତ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଏତେ ସୁନ୍ଦର ଗୀତ ଗାଉଥିବା ନମିତାଙ୍କ ସଂଗୀତ ପ୍ରତି ପ୍ରବଳ ଆଗ୍ରହ ରହିଛି । ହେଲେ ମାଓଗଡ ଭାବେ ଜଣାଶୁଣା ଏହି ବନ୍ଧୁଗାଁର ଆଦିବାସୀ ଝିଅ ନମିତାଙ୍କୁ ତାଲିମ ମିଳି ପାରିନି । ଆଉ ଏବେ ନମିତାଙ୍କ ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ନମିତାଙ୍କ ପାଖକୁ ଛୁଟିଛି ସଂଗୀତ ନିର୍ଦ୍ଦେଶକଙ୍କ ଭିଡ। ବିନା ତାଲିମରେ ସେ ଯେପରି ଭାବେ ଉଚ୍ଚ କୋଟୀର ଗୀତ ଗାଉଛନ୍ତି ତାହା ଅନେକ ସ୍ଥାନୀୟ ସଂଗୀତ ନିର୍ଦେଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡ଼ିଆରେ ତାଙ୍କ ଗୀତ ସବୁ ଭାଇରାଲ ହେବା ପରେ ଜୟପୁରର ଏକ ଷ୍ଟୁଡିଓରେ ଆଜି ତାଙ୍କର ପ୍ରଥମ ଗୀତ ରେକର୍ଡିଂ ହୋଇଛି । ଆଦିବାସୀ ଅଧୁଷିତ ବନ୍ଧୁଗାଁ ବ୍ଳକର ଚିନ୍ତାଗୁଡାରେ ଜନ୍ମ ହୋଈଥିବା ନମିତା ଏବେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ପିଲାଟି ବେଳରୁ ସଂଗୀତ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲେ ବି ତାଙ୍କୁ ତାଲିମ ମିଳି ପାରିନଥିଲା । ତେଣୁ ସେ ରେଡ଼ିଓ ଶୁଣି ଶୁଣି ଗୀତ ଶିଖିଥିବା କହିଛନ୍ତି ଲତା ମଙ୍ଗେସକର ଓ ନେହା କର୍କର ତାଙ୍କର ଆଦର୍ଶ ବୋଲି କହିଛନ୍ତି ନମିତା । ବାପା ଗରିବ ଆଦିବାସୀ ଚାଷୀ ହୋଈଥିବା ବେଳେ ତାଙ୍କୁ ମିଶାଇ ଘରେ ୭ ଝିଅ । ତେଣୁ ଆର୍ଥିକ ସଂକଟ ବି ଘରେ ଲାଗି ରହୁଛି ନମିତା ସ୍କୁଲ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଈ ଖୁବ ପ୍ରଶଂସିତ ହୋଇଛନ୍ତି । ଆଉ ସୁଯୋଗ ମିଳିଲେ ସେ ଆଗକୁ ସଂଗୀତ ସାଧନା କରିବେ ବୋଲି କହିଛନ୍ତି । ନୂଆଁ କଳାକାର ଭାବେ ନମିତା ଯେପରି ଭାବେ ପ୍ରତିଟି ଗୀତର ତାଳ ଓ ସୁର ଧରି ପାରୁଛନ୍ତି ତାହା ତାଙ୍କର ଲୁକାୟିତ ପ୍ରତିଭା ପ୍ରମାଣିତ କରୁଛି ବୋଲି କହିଛନ୍ତି ମ୍ୟୁଜିକ କମ୍ପୋଜର ଅନ୍ୟ ପଟେ ଆଜି ଜିଲ୍ଲା ପ୍ରଶାସନ ନମିତା ଙ୍କୁ ୨୦ ହଜାର ଟଙ୍କା ର ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି । କୋରାପୁଟ ଜିଲ୍ଲା ର ବଣର ମଳି ବଣରେ ଫୁଟି ବଣରେ ମୌଳି ନଯାଇ ବରଂ ନିଜର ବାସ୍ନା କୁ ସମଗ୍ର ଦୁନିଆ ରେ ପ୍ରସ୍ପୁଟିତ ହେଉ ଏତିକି ହି ଆମେ କାମନା କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ