୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଗ୍ରାମବାସୀଙ୍କ ଦାବି

ବୈପାରିଗୁଡା( ବିକ୍ରାନ୍ତ କୁମାର ବେବର୍ତ୍ତା ): ରୋଗୀ ସେବାରେ ସନ୍ତୁଷ ନାହାନ୍ତି ରାମଗିରି ଅଞ୍ଚଳବାସୀ , ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦୃଷ୍ଟି ଦେଉନି ପ୍ରଶାସନ . ଆଜି କାଲି ଜନସାଧାରଣଙ୍କୁ ସବୁଦିନିଆ ସେବା ଭିତରେ ସ୍ୱାସ୍ଥ୍ୟସେବାକୁ ଗୁରୁତ ଦେବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ପାଇଁ ଏବେ ଦାବି ଜଣାଇଥିବାର ଦେଖିବାକୁ ମିଳିଛି ।କେନ୍ଦ୍ର ଓ ରାଜ୍ୟସରକାର ଶିକ୍ଷା, ଗମନାଗମନ, ପାନୀୟଜଳ ଭଳି ସ୍ୱାସ୍ଥ୍ୟସେବାକୁ ବହୁମାତ୍ରା ରେ ଗୁରୁତ ଦେଇ ଗାଁଗହଳିର ଲୋକେ ଯେମିତି ହାତପାହାନ୍ତିଆରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେଥି ନିମେନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଦିନ କୁ ଦିନ କର୍ମଚାରୀ ମାନଙ୍କୁ ନିୟୁକ୍ତି ଦେଉଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତାହାର ଫାଇଦା ଉଠାଇବାରେ ଦୁର୍ଗମ ସହ କିଛି ଗାଁଗହଳିର ସାଧାରଣଜନତା ହଇରାଣର ଶିକାର ହେଉଥିବା ଭଳି ଏକ ଅଭିଯୋଗ ଆସିଛି ।ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ସ୍ତରରେ ଏହାର ସମାଧାନ ବାଟ କାଢିବାରେ ବିଫଳ ହେଉଛି ସ୍ୱାସ୍ଥ୍ୟ ବିଭାଗ ତାହାକୁ ନେଇ ଏବେ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଇଛି ।ଏମିତି କିଛି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟମ୍ ମନ୍ଦିର ( ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ) ଠାରେ । ପାପ୍ତ ସୂଚନାଅନୁସାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୫ ଗୋଟି ପଂଚାୟତର ପ୍ରାୟ ୩୫ ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରୁଥିବା ବେଳେ ସେହି ଅନୁପାତ ଅନୁସାରେ ଏହି ଅଞ୍ଚଳର ଅଞ୍ଚଳବାସୀଙ୍କୁ ସଠିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚତ ହେଉଛନ୍ତି । ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି ଯେ ଦିନ ୧୨ଟା ପରେ କୌଣସି ଡାକ୍ତର ସେବା ଯୋଗାଇ ଦେବାରେ ବିଫଳ ହେଉଥିବା ବେଳେ ସେମାନଙ୍କୁ ୨୪ଘଣ୍ଠିଆ ଡାକ୍ତର ଆବଶ୍ୟକ । ତାହା ସହ ଦିନକୁ ଦିନ ଅଞ୍ଚଳରେ ଦୁର୍ଘଟଣା ସହ ବର୍ଷା ଦିନ ହେଉଥିବାରୁ ଜନ୍ତୁ ଭୟ ମଧ୍ୟ ରହିଛି । ସମାନ୍ୟା ଆହାତକୁ ମଧ୍ୟ ବୈପାରିଗୁଡା ଓ ଜିଲ୍ଲା ମୋଡିକାଲକୁ ପଠାଯାଉଥିବାରୁ ତାହାର ପ୍ରତିକାର ବ୍ୟବସ୍ଥା ମଧ୍ୟ କରାଯାଉ ବୋଲି ଦାବି ଜଣାଇଛନ୍ତି ।ଏବିଷୟକୁ ନେଇ ସିଡିଏମଓ କହିଛନ୍ତି ଯେ ଅତିଶ୍ରର୍ଘ କୌଣସି ବାଟ କଡାଯାଇ ଲୋକେଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ କହିବା ସହ ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ସମ୍ଭବ ନୁହ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ