ଆଧୁନିକ ଓଡ଼ିଶାର ନିର୍ମାତା ବିଜୁବାବୁଙ୍କ ୧୦୮ ତମ ଜୟନ୍ତି ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ ତମ ଜୟନ୍ତି ପାଳିତ ହୋଇଯାଇଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଶାଣୀ ଗୁମ୍ମା ଆଦି ସମସ୍ତ ବ୍ଲକରେ ବିଜେଡି ଦଳ ତରଫରୁ ଜୟନ୍ତିକୁ ମହାସମାରୋହରେ ପାଳନ କରାଯାଇଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳ ଗଜପତି ଜିଲ୍ଲା ତରଫରୁ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତିକୁ ମହାସମାରୋହରେ ପାଳନ କରିଛନ୍ତି. ପାରଳା ସହରର ହାଇସ୍କୁଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ତ୍ୟାଗ ଓ ଅଦଶ୍ରରେ ଅନୁପ୍ରାଣିତ ହୋଇ ପ୍ରତେକ ନେତା ଓ କର୍ମୀ ଲୋକଙ୍କ ସେବା କରନ୍ତୁ ବୋଲି ଆୱାନ ଦିଆ ଯାଇଥିଲା. ସେହିପରି କାଶୀନଗର ବ୍ଲକ ବୈଠକ ଗୃହ ମଧ୍ୟରେ ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଅବସରରେ ପଂଚାୟତ ରାଜ ଓ ଲୋକସେବା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା. ସମ୍ମାନିତ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରାଣୀ ଓ ଉପାଧ୍ୟକ୍ଷ ରଘୁରାମ ସାହୁ, ସମାଜସେବୀ ହୃଷିକେଶ ଗୌଡ଼ ଓ ପଞ୍ଚାୟତ ଅଧିକାରୀ ଲକ୍ଷ୍ମୀ ସାହୁ ମଂଚାସୀନ ହୋଇ ନିଜ ନିଜ ବକ୍ତବ୍ୟରେ ବିଜୁବାବୁଙ୍କ ଜୀବନୀ ଓ ଆଦର୍ଶ ସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଓ ତାଙ୍କ ଦୁଃସାହସିକ ଜୀବନକୁ ଯୁବପିଢ଼ିଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ। ବିଜୁ ବାବୁ ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି। ଆସନ୍ତୁ ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରି ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ବିକାଶର ମାର୍ଗକୁ ଆଗେଇ ନେବା ବୋଲି କହିଥିଲେ. ଏହି ସ୍ୱତନ୍ତ୍ର ଦିବସରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଅତିଥି ବୃନ୍ଦ ଓ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ