ଆଧୁନିକ ଭାରତର ନିର୍ମାତା, ଭାରତରତ୍ନ ଇଂ. ବିଶ୍ୱେଶ୍ୱରାୟାଙ୍କ ୧୬୨ତମ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ଆଧୁନିକ ଭାରତର ନିର୍ମାତା, ଭାରତରତ୍ନ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଙ୍କ ୧୬୨ ତମ ଜୟନ୍ତୀ ଓ ବାଲେଶ୍ୱର ଇଂଜିନିୟର୍ସ ଫୋରମ୍‌ର ୫୫ତମ ପ୍ରତିଷ୍ଠା ଦିବସ ବାଲେଶ୍ୱରସ୍ଥିତ ଭେନ୍ୟା ପାରାଡାଇଜ୍ ସଭାଗୃହରେ ପାଳିତ ହୋଇଯାଇଛି । ଦିବସବ୍ୟାସୀ କାର୍ଯ୍ୟକ୍ରମରେ ସକାଳ ୮ଟାରେ ବାଲେଶ୍ୱର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରାବାସ ପରିସରରେ ସହସ୍ରାଧିକ ଟଙ୍କାର ମୂଲ୍ୟବାନ ଚାରାଗଛ ରୋପଣା କରାଯାଇଥିଲା । ବାଲେଶ୍ୱର ସେଚ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାସ କୁମାର ପ୍ରଧାନ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିଳ୍ପତାଲିମ କେନ୍ଦ୍ରର ଅଧ୍ୟକ୍ଷ ଇଂ. କୃଷ୍ଣଚନ୍ଦ୍ର ରାଉତ ଓ ଶିକ୍ଷକ, ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।
ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ସମୀର ଦେ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ସହରସ୍ଥିତ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ମୋଟ ୭୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅପରାହ୍ନରେ ଇଞ୍ଜିନୟିରିଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଇଂ. ସୁକୁମାର ନାୟକଙ୍କ ମଞ୍ଚ ଆହ୍ୱାନରେ ସନ୍ଧ୍ୟାର ସାଧାରଣ ସଭାରେ ଫୋରମ୍‌ର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ପୌରୋହିତ୍ୟ କରିଥିଲେ । ବାଲେଶ୍ୱର କଲେଜ୍ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଇଂ. ଶରତ କୁମାର ମିଶ୍ର ମୁଖ୍ୟଅତିଥି ଏବଂ ଟାଟା ପାୱାର ଯୋଗାଣ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ଭାସ୍କର ସରକାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜାତୀୟ ସଂଗୀତ ଗାନ ପରେ ଅତିଥିଦ୍ୱୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଇଂ. ବିଶ୍ୱେଶ୍ୱରାୟାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ସଭାକୁ ଉଦ୍‌ଘାଟନ କରିଥିଲେ । ଇଂ. ଅନନ୍ତ କୁମାର ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଉପସଭାପତି ଇଂ. ଗୌରାଙ୍ଗ ଚନ୍ଦ୍ର ସାହୁ ଇଂ. ବିଶ୍ୱଶ୍ୱରାୟାଙ୍କ ଜୀବନୀପାଠ କରିଥିଲେ । ସଂପାଦକ ଇଂ. ସୁଗତ ବୋଷ ଚଳିତବର୍ଷରେ ଇଞ୍ଜିନିୟରମାନଙ୍କୁ ଆହ୍ୱାନ ସଂପର୍କରେ ଆଲୋକପାତ କରିଥିଲେ । ଯୁଗ୍ମ ସଂପାଦକ ଇଂ. ଡ. ହୃଷିକେଶ ସାହୁ ବାର୍ଷିକ ବିବରଣୀପାଠ କରିଥିଲେ । ଅତିଥିମାନଙ୍କଦ୍ୱାରା ଫୋରମ୍‌ର ମୁଖପତ୍ର ଲୋକାର୍ପଣ ହୋଇଥିଲା । ପରେ ମରଣୋତ୍ତର ଭାବରେ ସ୍ୱର୍ଗତ ଇଂ. ଜ୍ଞାନରଞ୍ଜନ ଜେନାଙ୍କ ଉତ୍ତରାଧିକାରୀ ଏବଂ ବିଶିଷ୍ଟ ଯନ୍ତ୍ରୀ ଇଂ. ସରୋଜ କୁମାର ଚାନ୍ଦ, ଇଂ. ଭରତ ଚନ୍ଦ୍ର ସ୍ୱାଇଁଙ୍କୁ ଉପାୟନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଇଂ. ମାନସ ରଞ୍ଜନ ସାହୁ, ଇଂ. ବିଜୟ କୁମାର ଦାସ ଏବଂ ଇଂ. ଶ୍ୟାମସୁନ୍ଦର ମିଶ୍ର ମାନପତ୍ର ପାଠ କରିଥିଲେ ।ଉପଦେଷ୍ଟା ଇଂ. ଧରଣୀଧର ମିଶ୍ର ଏବଂ ଇଂ. ବନମାଳୀ ନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଇଂ. ଭାସ୍କର ସରକାର ଏବଂ ମୁଖ୍ୟଅତିଥି ପ୍ରଫେସର ଇଂ. ଶରତ କୁମାର ମିଶ୍ର ନିଜ ବକ୍ତବ୍ୟରେ ଫୋରମର ସମସ୍ତ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ୨୦୨୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବମଣ୍ଡିତ କରିôତବା ବାଲେଶ୍ୱର ପଲିଟେକ୍‌ନିକ୍‌ର ଶ୍ରୀମାନ ଓମ ସ (ଯାନ୍ତ୍ରିକ), ଶ୍ରୀମାନ ବିଜୟ କୁମାର ପ୍ରମାଣିକ (ବିଦ୍ୟୁତ୍‌) ଏବଂ ବାଲେଶ୍ୱର କଲେଜ୍ ଅଫ୍ ଇଞ୍ଜିନିୟରିଂର କୁମାରୀ ଅଙ୍କିତା ମହାପାତ୍ର (କମ୍ପ୍ୟୁଟର), ଶ୍ରୀମାନ ଆଶୁତୋଷ ପଣ୍ଡା (ଯାନ୍ତ୍ରିକ)ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ଡିପ୍ଲୋମା ଏବଂ ଡିଗ୍ରୀ ଇଞ୍ଜିନିୟରମାନଙ୍କ ଦ୍ୱାରା ମଡେଲ୍ ପ୍ରଦର୍ଶନୀ ପାଇଁ ପୁରସ୍କୃତ କରାଯିବା ସଂଗେସଂଗେ ସର୍ବାଧିକ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ସଭାପତି ଇଂ. ସୁରେନ୍ଦ୍ରନାଥ ଦାସଙ୍କ ଶେଷ ବକ୍ତବ୍ୟ ପରେ ଉପସଭାପତି ଇଂ. ଶଶାଙ୍କ ଶେଖର ଦେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଇଂ. ନରନାରାୟଣ ପାଣିଗ୍ରାହୀ, ଇଂ. ସନ୍ତୋଷ କୁମାର ଦାସ, ଇଂ. ମନୋଜ ଶତପଥୀ, ଇଂ. ଲକ୍ଷ୍ମୀକାନ୍ତ ସାହୁ, ଇଂ. ଅନିଲ କୁମାର ପଣ୍ଡା, ଇଂ. ବିଜୟ ଦାସ, ଶ୍ରୀନିବାସ ଦେ, ଇଂ. ଗୌରୀ ଚରଣ ଗିରି, ଇଂ. ମାନସ ଦାସ, ଇଂ. ଅଜୟ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ