ଆଧ୍ୟାତ୍ମିକବାଦି ପ୍ରବଚକଙ୍କ ସ୍ମୃତିସଭା
ବାଲିକୁଦା,(ଅନସୂୟା ରାଉତ):ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସିଙ୍ଗିରି ମଠ ପ୍ରାଙ୍ଗଣରେ ବିଶିଷ୍ଟ ଶିକ୍ଷାବିତ୍ ହରିପ୍ରେମି ମହେଶ୍ ଚୌଧୁରୀଙ୍କ ସଭାପତିତ୍ବରେ ପୁରାଣ ପ୍ରଚାର ସମିତି ଆନୁକୂଲ୍ୟରେ ଆଧ୍ୟାତ୍ମିକ ପ୍ରବଚକ ସ୍ଵର୍ଗତ ବିଭୂତି ଭୂଷଣ ବିଶ୍ବାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ଵର୍ଗତ ବିଶ୍ୱାଳ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବା ସହିତ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଗତ ୭ ତାରିଖରେ ହଠାତ୍ ହୃଦ୍ ଘାତରେ ମୃତ୍ୟୁବରଣ କରିଥିଲେ। ସେ ପୁରାଣ ପ୍ରଚାର ସମିତି ସିଙ୍ଗିରିର ଜଣେ ସ୍ଥାୟୀ ସଦସ୍ୟ ଥିଲେ। ପ୍ରତ୍ୟହ ପୁରାଣ ପଠନ ସହିତ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରୁଥିଲେ। କେବଳ ସିଙ୍ଗିରି ନୁହେଁ ସାରା ରାଜ୍ୟର ବିଭିନ୍ନ ଦେବା ଦେବୀଙ୍କ ପୀଠରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସ୍ଵର୍ଗତ ବିଶ୍ୱାଳଙ୍କ ବିୟୋଗରେ ପୁରାଣ ପ୍ରଚାର ସମିତି ତରଫରୁ ସ୍ମୃତି ଚାରଣ କରାଯାଇଥିଲା। ଏହି ସ୍ମୃତି ସଭାରେ ସମିତି ପକ୍ଷରୁ ସଭାପତି ନିରଞ୍ଜନ ରାଉତ,ଉପଦେଷ୍ଟା ରବୀନ୍ଦ୍ର ସେଠୀ,ପ୍ରଧାନଶିକ୍ଷକ ଧନେଶ୍ବର ରାଉତ ,ସଂପାଦକ ହରେକୃଷ୍ଣ ଦାସ ,ଉପସଭାପତି ମହେନ୍ଦ୍ର ରାଉତ, ସହସମ୍ପାଦକ ଅଜୟ ଦାସ, ଶଚୀକାନ୍ତ ଜେନା, ରମାକାନ୍ତ ଜେନା, ଶଙ୍କର ସଣ ରାଉତ, ରବୀନ୍ଦ୍ର ସ୍ବାଇଁ ପ୍ରଭୃତି ସଦସ୍ୟ ଉପସ୍ଥିତ ରହି ସ୍ଵର୍ଗତ ବିଶ୍ବାଳଙ୍କ ସ୍ମୃତିଚାରଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।


