ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦ୍ଘାଟିତ ହେଲା ତୋଶାଳା ଓଡ଼ିଆ ମିଡ଼ିଅମ ସ୍କୁଲ
ବାଲେଶ୍ୱର, (ସରୋଜ ପଣ୍ଡା):ତେନ୍ତୁଳିଆ ନଗର, ରେମୁଣା ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗାୟତ୍ରୀ ମହାମନ୍ତ୍ର ଓ ବେଦପାଠ ଉଚ୍ଚାରଣ ମଧ୍ୟରେ ମୁଖ୍ୟଅତିଥି କବି ପ୍ରଶାନ୍ତ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ଟମ୍ସ ବା ତୋଶାଳା ଓଡ଼ିଆ ମିଡ଼ିଅମ ବିଦ୍ୟାଳୟ । କେବଳ ଶିକ୍ଷା ନୁହଁ, ଶିକ୍ଷା ସହିତ ଉପଯୁକ୍ତ ଜ୍ଞାନ, ସଂସ୍କାରଦାନର ଏବେ ଆବଶ୍ୟକତା ଅଧିକ ରହିଛି ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ସାମାଜିକ ବ୍ୟବସ୍ଥାର ବିପର୍ଯ୍ୟୟକୁ ସଙ୍କୁଚିତ କରିବା ପାଇଁ ଶିକ୍ଷାର ବିକାଶ ସହିତ ସମଭାବେ ଜ୍ଞାନ ଓ ନୈତିକତାର ବିକାଶ ହେବା ଆବଶ୍ୟକତାକୁ ଆଖିରେ ରଖି ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ମହୋଦୟ ଏହାକୁ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭଶ୍ରୀ ନମିତା ଦାସ, ସି ଏ ବିଶ୍ୱରଂଜନ ପଣ୍ଡା, ଅରୁଣ କୁମାର ଦାସ, ଗାୟତ୍ରୀ ରଥ, ମାନସ ପୁହାଣ, ଜଗନ୍ନାଥ ଦାସ, ଅଭିଷେକ ମଣ୍ଡଳ, ଜାନକୀ ଗୁରୁମା, ରିଙ୍କି ଗୁରୁମା, ସସ୍ମିତା ଗୁରୁମା ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।