ଆନନ୍ଦପୁର ମହୋତ୍ସବରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ
ହାଟଡ଼ିହି,: ଧନୁର୍ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ୱରଞ୍ଜନ ବେହେରାଙ୍କୁ ଆନନ୍ଦପୁର ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପରିବେଶ ସୁରକ୍ଷା, ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ମହୋତ୍ସବର ଉଦଯାପନି ସନ୍ଧ୍ୟାରେ ମୁଖ୍ୟ ଅତିଥି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ମାପତ୍ର ସହିତ ଆନନ୍ଦପୁର ମହୋତ୍ସବ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରତିବର୍ଷ ଜୁନ ମାସରେ ବିଭିନ୍ନ ବିଦ୍ୟାଳୟ ବୁଲି ବନ ମହୋତ୍ସବ ଆୟୋଜନ କରିବା, ଜଂଗଲ ଓ ପରିବେଶ କର୍ମଚାରୀଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା, ଜଂଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ଜୈବିକ ସାର, ଜୈବିକ କୀଟନାଶକ, ଜନସଂଖ୍ୟ ନିୟନ୍ତ୍ରଣ, ନିଶା ନିବାରଣ, ଶିଶୁ ଶ୍ରମିକ ଉଚ୍ଛେଦ, ବାଲ୍ୟ ବିବାହ ବିରୋଧ, ମହିଳା ଶଶକ୍ତି କରଣ, ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆଣିବା ଓ ଗୁଣାତ୍ମକ ଶିକ୍ଷା ଦିଗରେ ଉଲେଖନୀୟ କାର୍ଯ୍ୟପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ଠାରୁ ପ୍ରକୃତିବନ୍ଧୁ ପୁରସ୍କାର, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବିଶ୍ୱପରିବେଶ ଦିବସରେ ଜଂଗଲ ଓ ପରିବେଶ ସଚିବଙ୍କ ଠାରୁ ପ୍ରକୃତିମିତ୍ର ପୁରସ୍କାର, ମହତାବ ଜୟନ୍ତୀରେ ଉତ୍କଳ କେଶରୀ ସମ୍ମାନ ସହିତ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଶ୍ରୀ ବେହେରା ‘କେନ୍ଦୁଝର ବଞ୍ଚାଅ ମଞ୍ଚ’ ଓ ‘ଗ୍ରୀନ ଓଡିଶା’ ଏବଂ ଓଡିଶା ଶିକ୍ଷକ କଲ୍ୟାଣ ପାଣ୍ଠି ସଂଘ ପ୍ରିଷ୍ଠା କରି ରାଜ୍ୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।


