ଆନନ୍ଦ ସଙ୍ଗୀତାୟନ ଦ୍ୱାରା “ସ୍ୱତଃ ଅମୃତଧାରା”ଦେଶାତ୍ମବୋଧକ ସଙ୍ଗୀତ ସିଡ଼ି ଉନ୍ମୋଚନ

ଭଞ୍ଜନଗର ( ସନ୍ତୋଷ ଜେନା ): ବିଜ୍ଞାପିତ ଅଂଚଳ ପରିଷଦ ସଭାଗୃହରେ ଆନନ୍ଦ ସଙ୍ଗୀତାୟନ ଦ୍ୱାରା ଅନୁଷ୍ଠିତ ‘ସ୍ୱତଃ ଅମୃତଧାରା’ ଦେଶାତ୍ମବୋଧକ ସଙ୍ଗୀତ ସିଡ଼ି ଉନ୍ମୋଚନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏହାକୁ ଉନ୍ମୋଚନ କରିଛନ୍ତି । ଘୁମୁସରର ବରେଣ୍ୟ ସାହିତି୍ୟକ, ରାଜନୈତିକ, ସଂଗୀତଜ୍ଞ ଏବଂ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ନେଇ ଏହି ସିଡ଼ି ପ୍ରସ୍ତୁତ ହୋଇଥିବାରୁ ଶ୍ରୀଯୁକ୍ତ କର ଅନୁଷ୍ଠାନ, ସମ୍ପାଦକ ଗୁରୁଶ୍ରୀ ଅଶୋକ ମହାପାତ୍ର ଏବଂ କଳାକାରମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ ଏବଂ ଏହି ସଙ୍ଗୀତ ସିଡ଼ିର ପ୍ରାୟୋଜକ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ । ସଙ୍ଗୀତକୁ ରଚନା କରିଛନ୍ତି ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ନିଦେ୍ର୍ଦଶନା ଦେଇଛନ୍ତି ଅଶୋକ ମହାପାତ୍ର ଏବଂ କଣ୍ଠଶିଳ୍ପୀମାନେ ହେଲେ ରଶ୍ମିତା ଭୂୟାଁ, ସୁଧାଂଶୁରାଣୀ ଜେନା, ସ୍ନିଗ୍ଧାରାଣୀ ଗୌଡ଼, ସ୍ମିତାରାଣୀ ଗୌଡ଼ । ଏହାକୁ ଭଞ୍ଜନଗର ସୋନୁ ଷ୍ଟୁଡ଼ିଓରେ ରେକଡ଼ିଂ ହୋଇଥିବାବେଳେ ମିଶ୍ର ମୁଭିସ୍ ଠାରେ ଏଡ଼ିଟିଙ୍ଗ କରାଯାଇଛି । କାର୍ଯ୍ୟକ୍ରମକୁ ସମ୍ପାଦକ ଅଶୋକ ମହାପାତ୍ର ସଂଯୋଜନା କରିଥିବାବେଳେ ଶିବ ପ୍ରସାଦ ତି୍ରପାଠୀ, ଚିନ୍ମୟ କୁମାର ବେବର୍ତା, ଜଗଦିଶ ପାଣିଗ୍ରାହୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ