ଆନିମଲ୍ ଥିମ୍ ଜୁଏଲାରୀ
ପଶପକ୍ଷୀ ତଥା କୀଟପତଙ୍ଗଙ୍କ ଦେହର ରଙ୍ଗ, ଚିହ୍ନ ତଥା ସେମାନଙ୍କ ଗଠନ ଶୈଳୀକୁ ଅନୁକରଣ କରି ତିଆରି କରାଯାଉଥିବା ଜୁଏଲେରିକୁ ଆନିମଲ୍ ଥିମ୍ ଜୁଏଲେରି କୁହାଯାଇଥାଏ । ଏହା ଦେଖିବାକୁ ଅଜବ ଲାଗୁଥିଲେ ହେଁ ନିମିଷକେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଅନେକ ସମୟରେ ଦେଖାଯାଏ, ପଶପକ୍ଷୀ ଓ କୀଟପତଙ୍ଗ ବି କିଛିି ସୃଜନଶୀଳ କାର୍ଯ୍ୟ ପାଇଁ ପ୍ରେରଣା ଦେଇଥାଆନ୍ତି । ବେଳେବେଳେ ସେମାନଙ୍କ ଦେହର ରଙ୍ଗ, ତାଙ୍କ ଦେହରେ ଥବା ଚିହ୍ନ ତଥା ସେମାନଙ୍କ ଗଠନ ଶୈଳୀକୁ ଅନୁକରଣ କରୁ କରୁ ବିଭିନ୍ନ ପ୍ରକାର ଫ୍ୟାଶନ୍ ଆସେସରିଜ୍ ତିଆରି କରାଯାଇଥାଏ, ଯାହା ଦେଖିବାକୁ ନିଆରା ଲାଗିବା ସହ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଆଜିକାଲି ଜୁଏଲେରିରେ ବି ଆନିମଲ ଥିମ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛୁ, ଯାହାକୁ କୁହାଯାଉଛି ଆନିମଲ୍ ଥିମ୍ ଜୁଏଲେରି । ଏହାର ଅନେକ ଭେରାଇଟି ଆସୁଥିଲେ ହେଁ ମାର୍କେଟ୍ରେ ଏହି ଜୁଏଲେରିର କେଉଁ କେଉଁ ଡିଜାଇନ୍ର୍ ଭଲ ଚାହିଦା ରହିଛି, ଆସନ୍ତୁ ଜାଣିବା ।
ନେକ୍ଲେସ୍: ବିଭିନ୍ନ ପ୍ରକାରର ରଙ୍ଗିନ୍ ପକ୍ଷୀ, ମାଛ, ପ୍ରଜାପତି ତଥା ମହୁମାଛିର ଡିଜାଇନ୍କୁ ଅନୁକରଣ କରି ତିଆରି ହେଉଥିବା ନେକ୍ଲେସ୍ ଏବେ ମାର୍କେଟ୍ରେ ମିଳିଲାଣି । ଏହାର ଚାହିଦା ବି ଖୁବ୍ ରହୁଛି । କିନ୍ତୁ ଏବେ ସାପ ଡିଜାଇନ୍ର ନେକ୍ଲେସ୍ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଫିଙ୍ଗର ରିଂ: ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଫିଙ୍ଗର ରିଂର ବ୍ୟବହାର କରାଯାଇଥାଏ । କିନ୍ତୁ ଯେଉଁମାନେ ଟିକେ ଅଜବ ଲୁକ୍ ଚାହାନ୍ତି, ସେମାନେ ଚାହିଁଲେ ଆନିମଲ୍ ଥିମ୍ର ଫିଙ୍ଗର୍ ରିଂ ବ୍ୟବହାର କରିପାରିବେ । ଏଥିପାଇଁ ହାତୀ, କଙ୍କଡ଼ା, ବେଙ୍ଗ, ଡ୍ରାଗନ୍, ବାଘ, ସିଂହ, ଫ୍ଲାମିଙ୍ଗା ତଥା ବିଭିନ୍ନ ପ୍ରକାର ଚଢ଼େଇର ଥିମ୍କୁ ଅନୁକରଣ କରି ତିଆରି ହେଉଥିବା ଫିଙ୍ଗର ରିଂ ଭଲ ଅପ୍ସନ୍ ହେବ ।
ଇୟର ରିଂ ଓ ଇୟର କଫ୍: ଗୁଣ୍ଡୁଚିମୂଷା, ରଙ୍ଗିନ୍ କଙ୍କି, ବିଲେଇର ମୁହଁ, ମୟୂର, କଙ୍କଡ଼ା, ମାଛ ଇତ୍ୟାଦ ଡିଜାଇନ୍ର ଛୋଟ ଛୋଟ ଇୟର ରଙ୍ଗି ଦେଖିବାକୁ ଟିକେ ଅଜବ ଲାଗେ, ହେଲେ ଏହାକୁ କ୍ୟାରି କଲେ ଏକ ଡିଫରେଣ୍ଟ ଲୁକ୍ ମିଳିଥାଏ । ସେହିପରି ଡ୍ରାଗନ୍ ଡଜାଇନ୍ର ଇୟର କଫ୍ ଯୁବପିଢ଼ିଙ୍କୁ ଖାସ୍ଲୁକ୍ ଦେଇଥାଏ ।
ବ୍ରେସ୍ଲେଟ୍: ସାପ ଡିଜାଇନ୍ର ବ୍ରେସ୍ଲେଟ୍, ଏପରିକି ସେଥିରେ ହୋଇଥିବା ଘଣ୍ଟାର ଡିଜାଇନ୍ ପିନ୍ଧିବାକୁ ଟିକେ ଅଜବ ଲାଗୁଥିଲେ ମଧ୍ୟ ମଡର୍ଣ୍ଣ ଲୁକ୍ ଦେଇଥାଏ । ତା’ ଛଡ଼ା ପେଚା, ହାତୀ, ସିଂହ ଓ ବାଘ ମୁହଁର ଆକୃତିକୁ ଅନୁକରଣ କରି ଡିଜାଇନ୍ ହୋଇଥିବା ବେସ୍ଲେଟ୍ ବି ଆପଣ ଚାହିଁଲେ ଟ୍ରାଏ କରିପାରିବେ ।