ଆନିମିଆ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ରାଇଜିଂ କ୍ଳବ ସଦସ୍ୟ ମୋହନ
ମାଲକାନଗିରି,(ମନୋଜ କୁମାର ସାହା): ରକ୍ତଦାନ ମହତ୍ ଦାନ ମାଲକାନାଗିରି ସଦର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବା ଚଲାଣଗୁଡ଼ା ପଞ୍ଚାୟତ ଟିଟିବିରୀ ଗ୍ରାମର ଭୀମ ମାଡକାମିଙ୍କୁ ସିଭିଓର ଆନିମିୟା ଜୋଗୁ ତାଙ୍କୁ ଓ.ପୋଜେଟିବ ରକ୍ତର ଆବଶ୍ୟକ ଥିଲା।ଡାକ୍ତର ତୁରନ୍ତ ରକ୍ତ ଯୋଗାଡ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ରକ୍ତ ଯୋଗାଡ ପାଇ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରି ନିରାଶ ହେବା ପରେ ରିକ୍ଲାମେସନ୍ ରାଇଜିଂ କ୍ଳବ ମୁଖ୍ୟ ଉପଦେଷ୍ଟା ଶ୍ରୀ ଲଷ୍ମୀନାରାୟଣ ସେଠୀଙ୍କୁ ଯୋଗାଯୋଗ କରିଥିଲେ| ତେବେ ଏହି ଖବର ମୁଖ୍ୟ ଉପଦେଷ୍ଟା ରିକ୍ଲାମେସନ୍ ରାଇଜିଂ କ୍ଳବ ମାଲକାନଗିରି ଶ୍ରୀ ଲଷ୍ମୀନାରାୟଣ ସେଠୀ ଜାଣିବା ପରେ ରିକ୍ଲାମେସନ୍ କଲୋନିର ରାଇଜିଂ କ୍ଳବ ସଦସ୍ୟ ମୋହନ ସିଂଘମଙ୍କୁ ତୁରନ୍ତ ଯୋଗାଯୋଗ କରିଥିଲେ| ମାନବିକତା ଦେଖାଇ ମୋହନ ସହାୟତା ପାଇ ଆଗେଇ ଆସିଥିଲେ ଓ ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରି ଭୀମ ମାଡକାମିଙ୍କ ଜୀବନ ବଞ୍ଚାଇଥିଲେ ତେବେ ତାଙ୍କର ଏଭଳି ମହତ୍ କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଏହି ଅବସରରେ ଅଧ୍ୟାପକ ମାଲକାନଗିରି ମହା ବିଦ୍ୟାଳୟ ଗୌତମ ନାୟକ,ସମ୍ପାଦକ ରିକ୍ଲାମେସନ୍ ରାଇଜିଂ କ୍ଲବ କେ.ରାହୁଲ,ଏକ୍ଜିକ୍ୟୁଟିଭ ବୋଡି ମେମ୍ବର ରିକ୍ଲାମେସନ୍ ରାଇଜିଂ କ୍ଳବ ସତ୍ୟଜିତ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |