ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ଉଦଘାଟିତ ପାଣିଗଣ୍ଡା ଦଳକୁ ହରାଇ ମାଣ୍ଡିଆପଲ୍ଲୀ ଦଳ ବିଜୟୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି । ଏହି ଟୂର୍ଣ୍ଣାମେଣ୍ଟ କୁ ମୁଖ୍ୟ ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଯୋଗଦେଇ ରିବନ କାଟି ଉଦଘାଟନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ସିଏଚ ଜନାର୍ଦ୍ଦନ ରେଡ୍ଡୀ, ସନରାଇଜ ସ୍ପୋର୍ଟସ କ୍ଲବର ସଭାପତି ଏଲ ଶ୍ରୀନିବାସ ରାଓ,ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମିନାରାୟଣ ପାତ୍ର, ଏନ. ନରେଶ କୁମାର ପାତ୍ର, ବି.କୃଷ୍ଣମୂର୍ତ୍ତି, ଶ୍ରୀନୁ ପଟ୍ଟନାୟକ, ସମୀର ପଟ୍ଟନାୟକ ଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ଯୋଗଦେଇଥିଲେ । ଉଦଘାଟନୀ ଦିବସରେ ମାଣ୍ଡିଆପଲ୍ଲୀ ଦଳ ସହ ପାଣିଗଣ୍ଡା( ଗଜପତି) ଦଳ ମଧ୍ୟରେ ମୁକାବିଲା ହୋଇଥିଲ।। । ଏଥିରେ ମାଣ୍ଡିଆପଲ୍ଲୀ ଦଳ ବିକୟୀ ହାସଲ କରିଥିଲେ । ରେଫରୀଭାବେ ଏନ. ନରେଶ କୁମାର ଦୋରା ପରିଚାଳନା କରିଥିବା ବେଳେ ସ୍କୋର ଭାବେ କୃଷ୍ଣ ଓ ସାଙ୍କୁ ଏବଂ ଲାଇନମ୍ୟାନ ଭାବେ ରାଜେଶ ଓ ସୁଧା ଦାୟିତ୍ୱ ତୁଲାଇଥିଲେ । ସେହିପରି ଭାଷ୍ୟକାର ଭାବେ ଜି ଜୟରାମ ରେଡ୍ଡୀ ସୁନ୍ଦରଭାବେ ଉପସ୍ଥାପନ କରିଥିଲେ । ସମସ୍ତକାର୍ଯ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ୍ କ୍ଲବର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୨୯ତାରିଖ ଦିନ ଏହି ଟୂର୍ଣ୍ଣାମେଣ୍ଟ ଉଦଯାପିତ ହେବ । ଏଥିରେ ଜିଲ୍ଲା ଓ ଜିଲ୍ଲାବାହାର ର ଆଠ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଦ୍ୱତୀୟ ଦିବସ ତଥା ସୋମବାର ଗଜପତି ଦଳ ସହ ଭୁବନେଶ୍ୱର ଦଳ ମଧ୍ୟ ରେ ମୁକାବିଲା ଅନୁଷ୍ଠିତ ହେବ l ଉଦଘାଟନୀ ମ୍ୟାଚ ରେ ମାଣ୍ଡିଆପଲ୍ଲୀଦଳର ଟିଙ୍ଗିରି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା