ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ: ଭି.ଟି.ସି.ଏ ନାଗପୁର ବିଜୟୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଟିଲୋ ଆଥ୍‌ଲେଟିକ ଆସୋସିଏସନ ଆନୁକୂଲ୍ୟରେ ୨୮ତମ ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍ ଉଦ୍‌ଘାଟିତ ହୋଇଯାଇଛି । ଗୀତା ଇଂଜିନୟରିଂ କଲେଜର ଅଧ୍ୟକ୍ଷ ଡଃ.ମନ୍ମଥ କୁମାର ରାଉଳଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ଜିଲାପାଳ କାର୍ତ୍ତକନାଥ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ମେଗା ବିଲଡର୍ସର ଏମ୍‌.ଡି ସୂର୍ଯ୍ୟକାନ୍ତ ବେହେରା, ବିଡିଓ ପ୍ରଦୀପ କୁମାର ସେଠୀ, ଆସୋସିଏସନର ସଭାପତି ଇଂ. ଲକି ମାଷ୍ଟର ସ୍ୱାଇଁ, ଧାରାବାହିକ ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଜିଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିହାରିକା ରାଉତ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ସୁଧାକର ଧଳ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍‌ଘାଟନୀ ମ୍ୟାଚ୍ ଭି.ଟି.ସି.ଏ ନାଗପୁର ଓ ମାନିଗ୍ରୀଭ୍ ରାୟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭି.ଟି.ସି.ଏ ନାଗପୁର ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୨୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦିନେସ୍ କୁମାର ସର୍ବାଧିକ ୨୬ ବଲରୁ ୨୩ ରନ୍‌, ଆଲୋକ ସାହୁ ୨୦ ବଲରୁ ୧୦ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷର ବୋଲର ଅଭିଷେକ ୪ ଓଭରରେ ୧୩ ରନ୍ ଦେଇ ୨ ଉଇକେଟ ନେଇଥିଲେ । ଜବାବରେ ମାନିଗ୍ରୀଭ୍ ରାୟପୁର ସମସ୍ତ ଉଇକେଟ ହରାଇ ୮୮ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ରାହୁଲ ଭଗତ ୩୫ ବଲରୁ ୩୬ ରନ୍ କରିଥିଲେ । ଫଳରେ ଭି.ଟି.ସି.ଏ ନାଗପୁର ୨୮ ରନରେ ବିଜୟୀ ହୋଇଥିଲା । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଜିଆଉଲ ହକ୍ ବିବେଚିତ ହୋଇଥିଲେ । ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ରଂଜନ ମହାନ୍ତି, ମ୍ୟାଚ୍ ରେଫରୀ ଭାବେ ଅଶୋକ କୁମାର ଜେନା, ସ୍କୋରର ଭାବେ ନିରଂଜନ ଘୋଷ, ହରିଶ ମୁଖୀ, ଭାଷ୍ୟକାର ଭାବେ ପବିତ୍ର ନାୟକ, ଜ୍ଞାନ ଘଡେଇ, ଆଝାରୁଦ୍ଦିନ ଦାୟୀତ୍ୱ ତୁଲାଇଥିଲେ । ଆଥ୍‌ଲେଟିକ୍ ଆସୋସିଏସନର ଉପସଭାପତି ଅସିତ୍ କର, ସଂପାଦକ ଅମରଜିତ୍ ସ୍ୱାଇଁ, ରମାକାନ୍ତ ପାଣିଗ୍ରାହୀ, ପ୍ରକାଶ ସ୍ୱାଇଁ, ପର୍ଶୁରାମ ସ୍ୱାଇଁ, ସୁବ୍ରତ ପୃଷ୍ଟି, ସନ୍ତୋଷ ଧଳ, ସଂଜୟ ସାମଲ, ପ୍ରେମାନନ୍ଦ ଜେନା, ମାନସ ପୁହାଣ, ମନୋଜ ଜେନା, କୃଷ୍ଣ ଚନ୍ଦ୍ର ସାହୁ, ଅରୁଣ ଧଳ, ସୂଚୀବ୍ରତ ରାଉତ ସହଯୋଗ କରିଥିଲେ । ଆସନ୍ତାକାଲିର ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ଓ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ