ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ୫୧ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଭଞ୍ଜନଗର ଓ ସେମିଳିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେମିଳିଗୁଡା ପେନାଲିଟି ସହାୟତାରେ ୪-୨ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି। । ମ୍ୟାଚରେ ରେଫରୀ ଏ କ୍ରିଷ୍ଣା, ଗଣେଶ ବାହାଦୁର, ପି ରମେଶ, ସଦା ପ୍ରଧାନ,ନିଶାକର ସ୍ୱାଇଁ, ବିଚିତ୍ର ଜେନା, ସଞ୍ଜୟ ନାୟକ ପରିଚାଳନା କରିଥିଲେ। କଲେଜ ଅଧ୍ୟକ୍ଷ ଡ଼.ସୁଭାଷ ଚନ୍ଦ୍ର ପ୍ରଧାନ,ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କ୍ରୀଡା ସଂସଦ ପ୍ରତିନିଧି ରାଜେଶ ମହାନ୍ତି ପ୍ରାଧ୍ୟାପକ ବିଭୁତି ଭୂଷଣ ପାଣିଗ୍ରାହୀ, କ୍ରୀଡା ସଂସଦ ଉପ ସଭାପତି ଆମସ ପାଟମାଝୀ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ, ଅଧ୍ୟାପକ ବୁଦ୍ଧେଶ୍ବର ଗୋପାଳ ଗୋତ୍ର,ଅଧ୍ୟାପିକା ରାଜଶ୍ରୀ ନାୟକ, ମନ୍ଦାକିନୀ ପଣ୍ଡା,କୈଳାସ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସାମାଜିକ କର୍ମୀ ଶୂଳପାଣି ଶତପଥୀ,ବିକ୍ରମ ପ୍ରଧାନ,ଅଧ୍ୟାପକ ବାବୁଲା ପ୍ରଧାନ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ