ଜିଲ୍ଲାପାଳ ଙ୍କ ସାନଖେମୁଣ୍ଡି ଗ୍ରସ୍ତ : ଫସଲ କ୍ଷୟକ୍ଷତି ଅନୁଧ୍ୟାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଲଗାତାର ଲଘୁଚାପ ଜନିତ ବର୍ଷାରେ ଚାଷୀର ସୁନାର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ଚାଷୀ ବଞ୍ଚାଇବା କଷ୍ଟକର ବ୍ୟାପାର । ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏବେ ଋଣ ଶୁଝିବା ପାଇଁ ଚିନ୍ତାରେ ଚାଷୀ । ସରକାର ଚାଷୀଙ୍କ ଦୁର୍ଦ୍ଦଶା ଦେଖି ସହାୟତା ପ୍ରଦାନ କଲେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା ଭଳି ଘଟଣାଏଡ଼ାଇ ଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଳକ ଗସ୍ତ କରି ଅଦିନିଆ ବର୍ଷା ପ୍ରଭାବରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଧାନ ଫସଲର କ୍ଷୟକ୍ଷତି ଅନୁଧ୍ୟାନ ସହସ୍ମାର୍ଟ କ୍ଲାସ ପରିଦର୍ଶନ ଏବଂ ଚାଷୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଗତ ୩ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ବର୍ଷା ଲାଗି ରହିଥିଲା । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପଡିଥିବା ବେଳେ ବିଶେଷ କରି ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ଚାଷୀମାନଙ୍କ ପାଚିଲା ଧାନ ଫସଲ ଜମିରେ ପାଣି ଜମି ରହିଥିଲା । ବର୍ତ୍ତମାନ ବର୍ଷା ଛାଡି ଯାଇଥିବା ବେଳେ ଏବେ ସୁଦ୍ଧା ଚାଷଜମିରେ ପାଣି ଧାନଫସଲ ଉପରେ ପାଣି ରହିଛି । ଯାହାଫଳରେ ଚାଷୀମାନେ ପରିବାର ଚଳାଇବା ପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଜି ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବ୍ଳକର ଆମ୍ବ ଗାଁ ପଞ୍ଚାୟତର ଶୁଣ୍ଡିପଲ୍ଲୀ ,ଚାଷଜମି ଜଳମଗ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ମୌଳାଭଞ୍ଜା ପଞ୍ଚାୟତର ତିଳେଶ୍ୱର ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଘର ଛାତ ଉପରେ ଫଳ ଉଦ୍ୟାନ ଅଙ୍ଗୁର, କମଳା, ଏପେଲ, ଡାଳିମ୍ବ ଚାଷ ଦେଖି ଖୁସି ବ୍ୟକ୍ତ କରିଥିଲେ । ଜଳପୂର୍ଣ୍ଣ ଚାଷଜମି ସମେତ ସିଙ୍ଗିପୁର ଓ ରାମଚନ୍ଦ୍ରପୁର ଗ୍ରାମରେ ନିର୍ମାଣଧୀନ ସ୍ମାର୍ଟ କ୍ଳାସ ପରିଦର୍ଶନ କରିଥିଲେ । ଶେଷରେ ଶ୍ରୀଚନ୍ଦନପୁର ଛକରେ ପହଞ୍ଚି ସେଠାରେ ଉପସ୍ଥିତ ଚାଷୀଙ୍କ ସମସ୍ୟା ଆଲୋଚନା କରି କ୍ଷତି ପୂରଣ ପାଇଁ ସରକାର ଙ୍କୁ ରିପୋର୍ଟ ପ୍ରଦାନ କରାଯିବ ଯାହାକି ଆର୍ଥିକ ସହାୟତା ମିଳିପାରିବ। ଆଲୋଚନା କରି ଫେରିଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଡ଼ିଓ ଶ୍ରୀ ନାୟକ ସମେତ କୃଷି ବିଭାଗ ଅଧିକାରୀ , ରାଜସ୍ବ ନୀରିକ୍ଷକ ରତ୍ନାକର ସ୍ବାଇଁ , ସମିତି ସଭ୍ୟ ତୋଫାନ ସ୍ବାଇଁ , କାଳୁଚରଣ ଭୂୟାଁ ସମେତ କିଛି ନିର୍ବାଚନ ପ୍ରତିନିଧି ଉପସ୍ଥିତ ଅଞ୍ଚଳ ର ସମସ୍ୟା ଜଣାଇଥିଲେ ।


