ଆନ୍ତର୍ଜାତିକ ନିଶା ନିବାରଣ ଓ ଅବେଦ୍ଧ୍ୟ ନିଶା କାରବାର ନିଷେଧ ଦିବସ ପାଳିତ       

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ସ୍ବେଛାସେବୀ ଅନୁଷ୍ଠାନ ସିସିଡ଼ି ଓ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଏବଂ ଜିଲ୍ଲା ପ୍ରଶାସନ, ଗଜପତି ର ମିଳିତ ଆନୁକୂଲ୍ୟରେ ସିସିଡ଼ି ତାଲିମ ଗୃହଠାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବେଦ୍ଧ୍ୟ ନିଶା କାରବାର ନିଷେଧ ଦିବସ ପାଳିତ ହୋଇଯାଇଛି l ଏଥିରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମମତା ପାଢ଼ୀ, ଜିଟିଏମ୍ ସ୍ୱୟଂ ର ଜିଲ୍ଲା  ସଂଯୋଜିକା ଶିବାନୀ ପାଣିଗ୍ରାହୀ ଓ ସଖି ୱାନ ଷ୍ଟାଫ ସେଣ୍ଟର ର କର୍ମ କର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ମୋଟ ୩୫ ଜଣ ସଭ୍ୟ ସଭ୍ୟା ଓ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ  ସିସିଡ଼ି ସଂଯୋଜକ ଏ. ଜଗନ୍ନାଥ ରାଜୁ ସ୍ୱାଗତ ଜଣାଇ ଆଜିର ସମାଜରେ ନିଶା ସେବନ ର  ଭୟାଭୟତା ଓ ଏହାର ପରିବାର ଉପରେ କୁପ୍ରଭାବ ତଥା ନାରୀ ନିଯ୍ୟାତନା ଓ ଜୀବିକାର  ନକାରାତ୍ମକ ପ୍ରଭାବ ଉପରେ ଆଲୋଚନା କରିଥିଲେ l ଉପସ୍ଥିତ ଥିବା ସମସ୍ତ ଅତିଥି ନିଶା ଅଭ୍ୟାସ କୁ କିପରି ରୋକି ପରିବା ଓ ଏଥି ପାଇଁ ସଚେତନତା ହିଁ ମୁଖ୍ୟ ରାସ୍ତା ବୋଲି ଜୋର ଦେଇଥିଲେ  l ନିଶା ସେବନ ଯୋଗୁ ଶରୀର ମୁଖ୍ୟ ଅଙ୍ଗ ତଥା କଲିଜା, ହୃତପିଣ୍ଡ ଓ ଯକୃତ ନଷ୍ଟ ହୋଇ ଜୀବନ ହାନି ହେବା ସହିତ ପରିବାର କିପରି ଛାରକାର ହୋଇଯାଏ ଏହାକୁ ରୋକିବା ପାଇଁ ପ୍ରତି ଗାଁ ଗହଳି ରେ ଏହାର ସଚେତନତା ଆବଶ୍ୟକ ବୋଲି ଜୋର ଦେଇଥିଲେ l ଏଥିସହିତ ଆବେଦ୍ଧ୍ୟ ନିଶା କାରବାର କୁ ରୋକିବା ପାଇଁ ସମସ୍ତ ଙ୍କ ସ୍ତରରେ ଏକ ଦୃଢ ପଦେକ୍ଷପ ନେବା ଜରୁରୀ ବୋଲି କହିଥିଲେ l ମହିଳା ସଶକ୍ତି-କରଣ ଓ ଆତ୍ମନିର୍ଭରଶୀଳ ତଥା ଆୟୋପନ୍ଥା ବୃଦ୍ଧି ହେଲେ ମହିଳା ନିର୍ଯ୍ୟାତନା କମିପାରିବ ଓ ପ୍ରତ୍ୟକ ପରିବାରରେ ଖୁସି ରେ ବଞ୍ଚି ପରିବେ ଏବଂ ବିଭିନ୍ନ ମାନସିକ ମୁକ୍ତି ପାଇ ନିଶା ସେବନ ରୁ ଦୁରେଇ ରହିପାରିବେ l  ଏଥିରେ ସିସିଡ଼ି ଓ ସମର୍ଥ ର ସମସ୍ତ କର୍ମୀ ସହଯୋଗ କରିଥିଲେ ଓ ସନ୍ତୋଷ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ