ଆନ୍ତର୍ଜାତିକ ମହିଳା ଦିବସ
ଯୋଡ଼ା, (ସମୀର କୁମାର ଦାସ) : ଗୁଆଲି ଲଇଡାପଦା ଠାରେ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସମାଜସେବୀ ବିନତୀ ଦେବତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ଦଳର ବରିଷ୍ଠ ଜିଲା ଉପସଭାପତି କୁଶ ଆପଟ୍ଟ, ଗୁଆଲି ସରପନ୍ଚ ପଦ୍ମାବତୀ ନାଏକ, ସମିତି ସଭ୍ୟା ପ୍ରମିଳା ନାଏକ, ଭୁୟାଁରୋଇଡା ସମିତି ସଭ୍ୟା ତୁଳସୀ ବବଙ୍ଗା, ସୁନ୍ଦରଗଡ ଜିଲାର ପୂର୍ବତନ ଡେଙ୍ଗୁଳା ସରପନ୍ଚ ପ୍ରମିଳା ନାଏକ, ଲଇଡାପଦା ସରପନ୍ଚ ଚତୁର୍ଭୁଜ ନାଏକ, ଯୋଡା ବ୍ଲକ ପୂର୍ବତନ ବିଜେଡି ସଭାପତି କୁଞ୍ଜବିହାରୀ ପଲେଇ, ଯୋଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ କବିନ୍ଦ୍ର ନାଏକ, କୋଇଡା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଦିବାକର ନାଏକ, ରାଉରକେଲା ଯୁବ ବିଜେଡି ସଂଘଠନର ସଭାପତି ଅବିନାଶ ସୁମନ ବାଗେ, ସମାଜସେବୀ ରଶ୍ମିତା ଏକା, ସମାଜସେବୀ ଦଶରଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ଦିବସ ଅବସରରେ ମୁଖ୍ୟ ଅତିଥି ଦେବତା କହିଥିଲେ ଯେ, ସଚେତନତା ପାଇଁ ସମସ୍ତଙ୍କର ମିଳିତ ସହଯୋଗ ଏକାନ୍ତ ଆବଶ୍ୟକ, ନବୀନ ସରକାର ମହିଳାମାନଙ୍କ ପାଇଁ ବହୁ ଉନ୍ନତିମୂଳକ ଯୋଜନା କରୁଛନ୍ତି । ବିଶେଷଭାବେ ଆଦିବାସୀ, ହରିଜନ ମହିଳାମାନଙ୍କ ବିକାଶ ପାଇଁ ମିଶନ୍ ଶକ୍ତିଠାରୁ ଆରମ୍ଭ କରି ମହିଳାମାନଙ୍କ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗଷ୍ଠୀଙ୍କୁ ଆତ୍ମନିର୍ଭଶୀଳ ହେବାପାଇଁ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । କେନ୍ଦୁଝର ଜିଲା ବିଜେଡି ଉପସଭାପତି କୁଶ ଆପଟ୍ଟ କହିଛନ୍ତି ଯେ, ଏ ଅଂଚଳରେ ଥିବା ଖଣି କମ୍ପାନିମାନେ ଅଗ୍ରାଧିକାର ଭିତିରେ ଜିଲ୍ଲାର କୁଶଳି ଓ ଅଣ କୁଶଳି ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଦିଗରେ ଆଗେଇ ଆସନ୍ତୁ, ନଚେତ୍ ଏହିଭଳି ବ୍ରିଟିଶ୍ ଶାସନକୁ ବରଦାସ୍ତ କରାଯିବ ନାହିଁ । ଅଂଚଳରେ ଥିବା ଆଦିବାସୀ ମହିଳା ମାନଙ୍କୁ ନିଶା ସେବନରୁ ବିରତ ହୋଇ ନିଜ ପରିବାର ଓ ଭବିଷ୍ୟତ ଏବଂ କନ୍ୟା ସନ୍ତାନ ପ୍ରତି ବିମୁଖ ମନୋଭାବ ନରଖି ସେମାନଙ୍କର ଶିକ୍ଷା ଓ ସଂସ୍କାର ଦିଗରେ ମାତା ପିତା ଗୁରୁତ୍ୱ ଦିଅନ୍ତୁ ବୋଲି ଆପଟ୍ଟ କହିଥିଲେ । ଯୋଡା ବ୍ଲକ ପୂର୍ବତନ ବିଜେଡି ସଭାପତି କୁଞ୍ଜବିହାରୀ ପଲେଇ କହିଥିଲେ ଯେ, ଏହି ଅଂଚଳରେ ପୁଅ ମାନଙ୍କୁ ଶିକ୍ଷା ଓ ଯୋଗ୍ୟତା ଦେବାପାଇଁ ମାତା ପିତା ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଝିଅ ମାନଙ୍କୁ ଜନ୍ମ ହେଲେ ତାଙ୍କୁ ବୋଝ ମନେ ନକରି ସେମାନଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ପଲେଇ କହିଥିଲେ । ସେହିପରି ନାରୀନେତ୍ରୀ ତୁଳସୀ ବବଙ୍ଗା କହିଥିଲେ ଯେ, ବର୍ତମାନ ସମାଜରେ କନ୍ୟା ଭ୍ରୁଣ ହତ୍ୟା, ମହିଳାଙ୍କ ପ୍ରତି ନିର୍ଯାତନା, ନାରୀ ମାନଙ୍କ ପ୍ରତି ଅସମ୍ମାନ ବୃଦ୍ଧି ପାଇବାରେ ଲାଗିଛି । ନାରୀ ଶିକ୍ଷିତ ହେଲେ ସମାଜର ମଙ୍ଗଳ ହେବା ସହିତ ଦେଶ ଆଗେଇ ପାରିବ ବୋଲି ବବଙ୍ଗା କହିଥିଲେ ।