ଆନ୍ତର୍ଜାତିକ ଶିଶୁ ନିର୍ଯାତନା ନିରାକରଣ ଦିବସ

ମଣିଷ ଆଜି ବିଂଶ ଶତାବ୍ଦୀର ମଧ୍ୟଭାଗରେ ପହଞ୍ôଚଥିଲେ ହେଁ ସାରା ବିଶ୍ୱରେ ଗରିବ ଓ ନିରୀହ ଶିଶୁମାନେ ବିଭିନ୍ନ କାରଣରୁ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇଆସୁଛନ୍ତିି । ଶ୍ରୀଲଙ୍କା, ବାଲାଂଦେଶ ଏବଂ ମିସର୍ ପ୍ରଭୃତି ଦେଶରେ ଶିଶୁମାନେ ଶୋଷଣର ଶିକାର ହେଉଥିବା ଦେଖିବାକୁ ମିଳିଥାଏ । ଭାରତରେ ମଧ୍ୟ ପାଠପଢ଼ା ଲାଗି ଶିଶୁମାନଙ୍କୁ ଅଭିଭାବକମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥାଆନ୍ତି । ଘର ଏବଂ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରତି ଯୌନ ନିର୍ଯାତନା, ଆକ୍ରମଣ, ଦୁର୍ବବ୍ୟବହାରକୁ ପ୍ରତିହତ କରିବା ଲାଗି ପ୍ରତିବର୍ଷ ଜୁନ୍ ୪ ତାରିଖକୁ ଆନ୍ତର୍ଜାତିକ ଶିଶୁ ନିର୍ଯାତନା ନିରାକରଣ ଦିବସ ରୂପେ ପାଳନ କରାଯାଇଆସୁଛି । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା, ସ୍ନେହ, ପ୍ରେମ, ଭଲପାଇବା ଦେବା ସହ ଉନ୍ନତ ବିଶ୍ୱ ନାଗରିକ ଭାବେ ଗଢ଼ିତୋଳିବା ନିମନ୍ତେ ମିଳିତ ଜାତିସଂଘ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଦିବସରେ ବିଶ୍ୱର କୋଣଅନୁକୋଣରେ ନାନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶିଶୁମାନଙ୍କ ନିରାପତ୍ତା ଲାଗି ବାର୍ତ୍ତା ଦିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ