ଆନ୍ତର୍ଜାତୀୟ ଉଠାଦୋକାନୀ ଦିବସରେ ଉଠାଦୋକାନୀମାନଙ୍କୁ ତାରପୋଲିନ୍ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ସାରା ବିଶ୍ୱରେ ଉଠାଦୋକାନୀମାନେ ଆନ୍ତର୍ଜାତୀୟ ଉଠାଦୋକାନୀ ଦିବସ ପାଳନ କରୁଥିବା ବେଳେ ଓଡ଼ିଶାରେ ଭୁବନେଶ୍ୱର ସମେତ ବହୁ ଜିଲ୍ଲାରେ
ଏହି ଦିବସ ପାଳନ କରାଯାଇଅଛି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାରେ‘ଫନି’ ମହାବାତ୍ୟା ପ୍ରଭାବରେ ପାଖାପାଖି ୭୦ ହଜାରରୁ ଉଦ୍ଧ୍ୱର୍ ଉଠାଦୋକାନୀମାନେ ସେମାନଙ୍କର
ଜୀବନ ଜୀବିକା ହାରଇବା ସହ ନିଜର ଗୁଜୁରାଣ ମେଣ୍ଟାଇବା ଓ ନିଜର ପିଲାଛୁଆଙ୍କୁ ପାଠପଢାଇବା କଷ୍ଟକର ହୋଇପଡ଼ିଛି । ସେମାନେ କିଭଳି ସୁ•ରୁ ରୂପେ ନିଜର ଦୋକାନ ତିଆରି
କରି ଗୁଜୁରାଣ ମେଣ୍ଟାଇପାରିବେ ତାହାରି ଉପରେ ଆଜି ‘ୟୁବା’ ଓ ‘ନ୍ୟାସନାଲ ହକର୍ସ ଫେଡ଼େରେସନ’ ତରଫରୁ ୟୁନିଟ୍-୧, ରାଜମହଲ ଜୋତା ଭେଣ୍ଡିଂଜୋନ, ଅଶୋକ ନଗର
ଭେଣ୍ଡିଙ୍ଗ ଜୋନଗୁଡ଼ିକରେ ଦୋକାନ କରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ପଲିଥିନ୍ ପ୍ରଦାନ କରିବା ସହ ୨୦୦୦ରୁ ଅଧିକ ବସ୍ତିବାସିନ୍ଦାମାନଙ୍କୁ ପଲିଥିନ୍, ମସୁରୀ, ପ୍ରାଥମିକ ଚିକିତ୍ସା ଉପକରଣ
ଭଳି ଜରୁରୀ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଥିରେ ୟୁବାର ବିଷ୍ଟି ବାନାର୍ଜୀ, ଅଙ୍କିତ୍ ଝା, ମଧୁସ୍ମିତା ବେହେରା, ନିତୁ ନାୟକ, ଓଡ଼ିଶା ବସ୍ତି ସଂଘର୍ଷ ସମିତି ଓ ଉଠାଦୋକାନୀ ମହାସଂଘର ରାଜ୍ୟ
ସଭାପତି ପ୍ରତାପ କୁମାର ସାହୁ, ଭେଣ୍ଡିଙ୍ଗଜୋନର ସୂର୍ୟ୍ୟମଣି ସାହୁ, ଦିଲ୍ଲୀପ ସାହୁ, ନିରଞ୍ଜନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସୁ•ରୁ ରୂପେ ପରି•ଳନା କରିଥିଲେ ।