ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା; ଛତ୍ରପୁର ସମେତ ଜିଲ୍ଲାର ୧୪ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଜୁନ ୯ରୁ ୧୬ ତାରିଖରେ ବିଶ୍ୱ ଟାଇକୋଣ୍ଡ ଓ ଟାଇକୋଣ୍ଡ ଫେଡେରସନ ଅଫ୍ ଇଣ୍ଡିଆର ମିଳିତ ଆନୁକ୍ୟଲ୍ୟାରେ ହେବାକୁ ଥିବା ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଗଂଜାମ ଜିଲ୍ଲାରୁ ୧୪ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ଛତ୍ରପୁର ଟାଇକୋଣ୍ଡ ଏକାଡେମୀରୁ ରୁଦ୍ର ନାରାୟଣ ବେହେରା, ପ୍ରିୟୁସ ପ୍ରସାଦ ଷଡଙ୍ଗୀ, ବିକାଶ ଗୈାଡ , ଆଲୋକ ଦାସ, ପପୁନ ଦାସ ଓ ବିକାଶ ବେହେରା ଅଛନ୍ତି । ସେହିପରି ଟୁଡେସ ଟାଇକୋଣ୍ଡ ରୁ ରାହୁଲ ଗୈାଡ, ବ୍ରହ୍ମପୁର ଟାଇକୋଣ୍ଡ ଟ୍ରେନିଂ ସ୍କୁଲରୁ ଆଦିତ୍ୟରାଜ ନାୟକ, ଜାଗୁଆର ମାଟ୍ରିଆଲ ଆର୍ଟ ଏକାଡେମୀରୁ ଶ୍ୱତା ମହାପାତ୍ର, ପ୍ରୀତି ପ୍ରନ୍ନା ମହାନ୍ତି , ଦୀପ୍ତି ପ୍ରଧାନ, ସୈାମ୍ୟ ସ୍ୱରାଜ ସାହୁ,ସ୍ନେହାଶ୍ରୀ ନାୟକ ଓ ଅମ୍ବିକା ପ୍ରସାଦ ଦାଶ ଭାଗ ନେବେ । ତାସହିତ ୯ରୁ ୧୦ତାରିଖ ରୁ ଆନ୍ତର୍ଜାତୀୟ କୋଚ ସେମିନାରେ କେ.ମନୋଜ ପ୍ରଧାନ ଓ ଅମ୍ବିକା ପ୍ରସାଦ ଦାସ ଯୋଗଦେବେ । ଏହିମାନଙ୍କୁ ଆଜି ଗଂଜାମ ଟାଇକୋଣ୍ଡ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି , ଅନୀତା ମିଶ୍ର ଜନୋଜ କୁମାର ମହାରଣା, ଇ.ଲଳିତ କୁମାର, ସିଏଚ୍. ପ୍ରସାଦ ନାୟକ, ବସୟ ନାହାକ, ଡି.ମନୋଜ ପ୍ରଧାନ ସହ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମାନେ ଶୁଭେଚ୍ଛ ଜଣାଇଛନ୍ତି ।