ମୃତ ଛାତ୍ରଙ୍କ ପରିବାରଙ୍କୁ ଆଲୁମିନି ପକ୍ଷରୁ ଆର୍ଥିକ ସହାୟତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ବମକୋଇ ଗ୍ରାମ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଆଶିଷ କୁମାର ପ୍ରଧାନଙ୍କ ଗତ ଜୁନ୍ ୨୩ ତାରିଖରେ ସ୍ଵାସ୍ଥ୍ୟଗତ କାରଣରୁ ଅକାଳ ବିୟୋଗ ଘଟିଥିଲା । ବିଦ୍ୟାଳୟର ପୁରାତନ ଛାତ୍ର( ଆଲୁମିନି )ପକ୍ଷରୁ ପ୍ରତିନିଧି ଦଳ ସ୍ୱର୍ଗୀୟ ଛାତ୍ରଙ୍କ ପରିବାର ସଦସ୍ୟ ଙ୍କୁ ଭେଟି ତାଙ୍କ ମା ଲକ୍ଷ୍ମୀ ପ୍ରଧାନଙ୍କୁ ୧୫ ହଜାର ୫୫୧ ଟଙ୍କାର ଆର୍ଥିକ ସହାୟତା  ପ୍ରଦାନ କରାଯାଇଥିଲା ।  ପୁରାତନ ଛାତ୍ର ତଥା ଶିକ୍ଷକ ଶିବରାମ ପ୍ରଧାନ, ସୁଦର୍ଶନ ମିଶ୍ର , ନବକୃଷ୍ଣ ଚୌଧୁରୀ , କୃଷ୍ଣଚନ୍ଦ୍ର ବେହେରା , ଲୋକନାଥ ବେହେରା  , ଶଶାଙ୍କ ଶେଖର ମିଶ୍ର , ବିକ୍ରମ ପାଣିଗ୍ରାହୀ ପ୍ରମୁଖ ଛାତ୍ରଙ୍କ ପରିବାର ସଦସ୍ୟ ଙ୍କୁ ସମବେଦନା ଜଣାଇବା ସହ ଅର୍ଥରାଶି ପ୍ରଦାନ କରିଥିଲେ । ଏଥିସହ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟର ୧୦ ମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିବା ବେଳେ ବିଦ୍ୟାଳୟ  ଟପ୍ପର ହୋଇଥିବା ଛାତ୍ର ରିତେଶ ପ୍ରଧାନଙ୍କୁ ଆଲୁମିନି ତରଫରୁ ମାନପତ୍ର ସହ ଆର୍ଥିକ ପୁରସ୍କାର  ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷକ ଙ୍କ ସମେତ  ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଅଭିଭାବକ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ