ଆନ୍ତର୍ଜାତୀୟ ଧଳାବାଡ଼ି ଦିବସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖକୁ ଆନ୍ତର୍ଜାତୀୟ ଧଳାବାଡ଼ି ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଦିବ୍ୟାଙ୍ଗ ମାନଙ୍କ ସେବା ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍‌ଫେୟାର ପକ୍ଷରୁ ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ଆୟୋଜିତ କରାଯାଇଥିଲା ଆନ୍ତର୍ଜାତୀୟ ଧଳାବାଡ଼ି ଦିବସ । ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ପାଇଁ ଧଳାବାଡ଼ି ଏକ ମୁଖ୍ୟ ସାଧନ । ସମାଜରେ ସ୍ୱାଧିନ ଭାବେ ଜୀବନ ଯାପନ କରିବା ସମ୍ପର୍କରେ ଜନସମୁଦାୟକୁ ସଚେତନ କରିବା ସହ ଦିବସର ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଦୃଷ୍ଟିବାଧିତ ଲୋକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ସହ ସାର୍ବଜନୀନ ପରିବେଶରେ କିଭଳି ଭାବେ ନିରାପଦରେ ଯାତାୟତ କରିପାରିବେ ତାହା ସୁନିଶ୍ଚିତ ହେବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଆଶାପ୍ରକଟ କରିଥିଲେ । ଏହି ଅବସରରେ ଏକଶହ ଦୃଷ୍ଟିବାଧିତ ହିିତାଧିକାରୀଙ୍କୁ ମାଗଣାରେ ଧଳାବାଡ଼ି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉତ୍କଳ ଦୃଷ୍ଟିହୀନ ସଂଘର ସଭାପତି ପବନେଶ୍ୱର ରାଉତ, ସମ୍ମାନିତ ଅତିଥି ରୂପେ ଉତ୍କଳ ଦୃଷ୍ଟିହୀନ ସଂଘର ପୂର୍ବତନ ସଭାପତି ଜୁଗଳ କିଶୋର ପ୍ରଧାନ, ମୁଖ୍ୟବକ୍ତା ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ୟାସୀ ବେହେରା ଏବଂ ଅନ୍ୟତମ ଅତିଥି ଭାବେ ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ଶରତ କୁମାର ଦାସ, ସଲାମ ଜୀବନ ଟ୍ରଷ୍ଟର ଇମ୍ରାନ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଚ୍ଛନ୍ଦ ଟ୍ରଷ୍ଟ ଅଫ ୱେଲଫେୟାରର ଅଧ୍ୟକ୍ଷ ଶ୍ରୀ ପ୍ରକାଶ କୁମାର ମହାପାତ୍ର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୦୦ଜଣ ଦୃଷ୍ଟିହୀନ ହିତାଧିକାରୀଙ୍କୁ ପାରାଦୀପ ଫସ୍‌ଫେଟ ଲିମିଟେଡ଼, ନାଲ୍‌କୋ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭୁବନେଶ୍ୱର ସହୟତାରେ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍‌ଫେୟାର ପକ୍ଷରୁ ମାଗଣାରେ ଧଳାବାଡ଼ି ବିତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ