ଆନ୍ତର୍ଜାତୀୟ ମହିଳା ଦିବସ

” ୟତ୍ର ନାରୀୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା”
ୟାର ଆର୍ଥ ହେଲା ଯେଉଁଠି ନାରୀଙ୍କୁ ସମ୍ମାନ କରାଯାଏ ସେଠାରେ ଦେବତାଙ୍କ ବାସ ହୋଇଥାଏ । ଆମ ଦେଶ ରେ କେଉଁ ପ୍ରାଚୀନ କାଳ ରୁ ମହିଳାଙ୍କ ସମ୍ମାନ ପ୍ରତି ଧ୍ୟାନ ଦିଆଯାଇଛି । ଆମେ ଆମ ଜନ୍ମ ଭୂମିକୁ ମାତ୍ରୁଭୂମି କହିଥାଉ । ଆମ ଭାଷା କୁ ମାତୃଭାଷା କହିଥାଉ। ଶକ୍ତି ଉପାସନା ଆମ ଦେଶ ରେ କେଉଁ ଆଦିମ କାଳ ରୁ ରହି ଆସିଛି । ବିଦ୍ୟା ର ଅଧିଷ୍ଟାତ୍ରୀ ଭାବେ ସରସ୍ଵତୀଙ୍କୁ ଆରାଧାନା କରୁ ସହିପରି ଲକ୍ଷ୍ମୀଙ୍କ ଆରାଧନା ପ୍ରତେକ ଘରେ ହୋଇଥାଏ,ମୋହେଞ୍ଜୋଦାରୋ ହରପ୍ପ କୁ ଖନନ କରିଗଲା ପରେ ସ୍ତୃମୂର୍ତ୍ତୀ ମିଳିଛି ସେଉଠୁ ଆମେ ବୁଝିବା ଯେ ସାହି ସମୟ ରେ ମଧ୍ୟ ଲୋକମାନେ ଶକ୍ତିର ଉପାସନା ଜାଣିଥିଲେ। ମହିଳା ଏବଂ ପୁରୁଷଙ୍କ ଦ୍ଵାରା ଆମ ସମାଜ ଗଠନ ହୋଇଛି କିନ୍ତୁ ମହିଳାଙ୍କ ଉପରେ ଆତ୍ୟାଚାର କମିବାକୁ ନା ନେଉନାହିଁ ।ସ୍କୁଲ ରେ କଲେଜ ରେ ରାସ୍ତା ରେ ଏବଂ ଟ୍ରେନ ରେ ମହିଳାଙ୍କ ସାଥିରେ ଆତ୍ୟାଚାର ଏବଂ ଆକ୍ରମଣ ହୋଇଥିବା ଦୃଶ୍ୟ ଦେଖିବା କୁ ମିଳିଛି । ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ବନ୍ଦ କରିବାପାଇଁ ବିଭିର୍ନ୍ନ ଆଇନ ଏବଂ ବିଲ ପାସ କରା ଯାଇଛି କିନ୍ତୁ କେବେ କାର୍ଯ୍ୟକାରି ହେବ ତାକୁ ଧରି ପ୍ରଶ୍ନବାଚି ଉଠିଛି । କିଛି ସ୍ଥାନ ରେ ଅପରାଧୀ ଦ୍ଵାରା ପୀଡ଼ିତା କୁ ମାମଲା କୁ ରଫା ଦଫା କରିବାପାଇଁ ଧମକ ଚମକ ଦିଆ ଯାଇଥାଏ । ମହିଳାଙ୍କ ସମ୍ମାନ କୁ ଧରି ଆମ ଦେଶ ର ସ୍ଵାଧୀନତା ଉପରେ ପ୍ରଶ୍ନ ଉଠିଛି ।ଆନ୍ତର୍ଜାତୀୟ ମହିଳା ଦିବସ ପ୍ରଥମ ଥର ଯୁକ୍ତ ରାଷ୍ଟ୍ର ଆମେରିକା ମାର୍ଚ୍ଚ ୮, ୧୯୦୯ ପାଳନ କରାଯାଇଥିଲା ତାପରେ ପୁରା ବିଶ୍ଵ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରଯାଇଥିଲା ।ଏହି ଅବସର ରେ ବିଭିର୍ନ୍ନ ବରିଷ୍ଠ ମହିଳାଙ୍କୁ ନିମନ୍ତ୍ରଣ କରି ମଞ୍ଚ ଉପରେ ବସେଇ, ଉପହାର ଦେଇ ମହିଳାଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଏ ।ବିଭିର୍ନ୍ନ ସ୍ଥାନ ରେ ମହିଳା ଦିବସ ଦିନ ମହିଳାଙ୍କୁ ଧରି ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥାଏ । ଏହି ଆଲୋଚନା ଚକ୍ର ରେ ମହିଳାଙ୍କ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସମସ୍ୟା ବିଷୟ ରେ ଚର୍ଚ୍ଚା ହୋଇଥାଏ । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଭିର୍ନ୍ନ ଦେଶ ରେ ଜାତୀୟ ଛୁଟି ଘୋଷିତ କରାଯାଇଥାଏ । ଭାରତ ର ଜାତୀୟ ପିତା ମାହାତ୍ମା ଗାନ୍ଧୀଙ୍କ କହିଥିଲେ କି “ The day a woman can walk freely on the roads at night , that day we can say that India has achieved independence”ଭାରତ ର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁ କହିଥିଲେ କି “ If you educate a man you educate an individual but if you educate a woman you educate an whole family “ମହିଳାଙ୍କର ଅବଦାନ ଆମର ଜନ୍ମ ଠାରୁ ମୃତ୍ୟୁ ଯାଇଁ ସବୁଠାରେ ରହିଛି । ମଣିଷ ଯେତେବେଳେ ସବୁଠାରେ ଅସହାୟ ହୋଇଥାଏ ସେତେବେଳେ ମା ତାର ସାହାରା ହୋଇ ତାକୁ ଚାଲିବା ସିଖେଇଛି , ଦୁନିଆ ରେ ଠିଆ ହେବାପାଇଁ ମାନସିକ ବଳ ଯୋଗେଇଛି । ସେହିପରି ପତ୍ନୀ ଜୀବନ ରେ ସୁଖ ଦୁଖ ର ସାଥି ହେଇଛି । ଆମ ଜୀବନ ର ପ୍ରତେକ ଅବସ୍ଥା ରେ ଆମେ ମହିଳାଙ୍କୁ ପାଇଛୁ । ଆମ ସାଥିରେ ଠିଆ ହୋଇ ଆମର ମନବଳ କୁ ବୃଦ୍ଧି କରିବାପାଇଁ । ମହିଳାଙ୍କ ଭିତରେ ରହିଥିବା ଆତ୍ମବଳ ଦେଶ ର ଜନକ ଗାନ୍ଧୀଜି ବୁଝିଥିଲେ । ଆମର ସ୍ଵାଧୀନତା ସଂଗ୍ରାମ ରେ ମାହିଳାଙ୍କ ବେସ ଭୂମିକା ରହିଥିଲା । ସରୋଜିନୀ ନାଇଡୁଙ୍କ ପରି ନାରୀ ନେତ୍ରୀ ସ୍ଵାଧୀନତା ସଂଗ୍ରାମ କୁ ନୂଆ ଦିଶା ଦେଇଥିଲେ । ଶହ ଶହ ମହିଳା ପୁରୁଷଙ୍କ ସହିତ ପାଦ ମିଶେଇ ସ୍ଵାଧୀନତା ପାଇଁ ସଂଗ୍ରାମ କରିଥିଲେ । ଆମ ସ୍ଵାଧୀନତା ସଂଗ୍ରାମ ରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦ୍ରା ଗନ୍ଧିଙ୍କୁ ଜେଲ ମଧ୍ୟ ଯିବା କୁ ପଡିଥିଲା । ସୁବାଶ ଚନ୍ଦ୍ର ବୋଷ ମଧ୍ୟ ମହିଳାଙ୍କର ମାହାନ ଅବଦାନ ବିଷୟ ରେ ଜାଣିଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଡ ହିନ୍ଧ ଫୌଜ ରେ ଝାନ୍ସି ରାଣୀ ରେଜିମେଣ୍ଟ କେବଳ ମହିଳାଙ୍କ ପାଇଁ ଉଦିଷ୍ଟଥିଲା ଯେଉଁ ଠାରେ ମହିଳା ମାନେ ଯୋଗଦେଇ ଯୁଦ୍ଧ କୌଶଳ କୁ ସିଖୁଥିଲେ ଏବଂ ବ୍ରିଟିଶ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଭଗବାନ ବୁଦ୍ଧ ନ ଖାଇ ନ ପି ସାଧନା କରି ଦୁର୍ବଳ ହୋଇଥିବା ସମୟ ରେ ଜଣେ ମହିଳା ଯା ନା ସୁଜାତା ଖିରୀ ଦେଇଥିଲେ ଏବଂ ସେହି ଖିରୀ ଖାଇବା ପରେ ବୁଦ୍ଧଙ୍କ ଶରୀର ରେ ଶକ୍ତି ଆସିଥିଲା ଏବଂ ସିଏ ପରବର୍ତ୍ତୀ ସମୟ ରେ ଆତ୍ମଜ୍ଞାନ ପାଇଥିଲେ । ଭାରତ ରେ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଗଣ ସଂଗଠନଠନଙ୍କ ଦ୍ଵାରା ବରିଷ୍ଠ ମହିଳାଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ସହ ତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ।ଭାରତର ସ୍ଵାଧୀନତା ସଂଗ୍ରାମୀ ସରୋଜିନୀ ନାଉଡୁ ଏବଂ ରାଣୀ ଲକ୍ଷ୍ମୀ ବାଇଙ୍କ ଭାରତର ସ୍ୱାଧୀନତା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ରାଣୀ ଲକ୍ଷ୍ମୀ ବାଇ ଭାରତର ସ୍ଵାଧୀନତା ପାଇଁ ବ୍ରିଟିଶ ସରକାର ଉପରେ ଖଣ୍ଡା ଚଲେଇଥିଲେ ।
କାଳି ଦାସ
ବ୍ରହ୍ମପୁର

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ