ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ନିକଟସ୍ଥ ଯୋଗେଶ୍ୱରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମାତୃଭାଷା ଶିକ୍ଷକ ତ୍ରିଲୋଚନ ମିଶ୍ର, ଅଜୟ କୁମାର ନାୟକ, ବିନୋଦ ବିହାରୀ ପାଢ଼ୀ, ଅଲେଖ ସିଂହ ପ୍ରମୁଖ ଯୋଗଦାନ କରି ମା, ମାଟି ଓ ମାତୃଭାଷା କିପରି ଆମକୁ ସମାଜରେ ପରିଚୟ ଦେଇଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଶିଶୁ ମାନଙ୍କ ମଧ୍ୟରେ ଅନ୍ତାକ୍ଷରୀ,ଆଶୁ ଭାଷଣ, କବିତା ଆବୃତ୍ତି, କ୍ଷୁଦ୍ର ନାଟକ ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମ କୁ କାର୍ତ୍ତିକ ଚନ୍ଦ୍ର ଓଝା, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ପଣ୍ଡା, ଈଶ୍ୱର ବାରିକ,ବେବିନା ପାଣି, ରାଜଶ୍ରୀ ରଥ ପ୍ରମୁଖ ପରିଚାଳନା କରିଥିଲେ ।