ଆନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତା;ଜୁନିୟର ବର୍ଗରେ ଓଡ଼ିଶାର ଦିବ୍ୟାଂଶୁ, ସିନିୟର ବର୍ଗରେ ହିମାଚଳ ପ୍ରଦେଶର ରଣଜିତ୍ ସିଂ ପ୍ରଥମ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭୁବନେଶ୍ୱରସ୍ଥିତ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ ପକ୍ଷରୁ ଡ଼ିଜିଟାଲ ମିଡ଼ିଆ ମାଧ୍ୟମରେ ୧୦ ଦିନ ଧରି ଚାଲିଥିବା ଆନ୍ତର୍ଜାତୀୟ ଯୋଗ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ଭାରତ ସମେତ ୧୧ଟି ଦେଶର ପାଖାପାଖି ୨୦୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏକାଡ଼େମୀ ପକ୍ଷରୁ ଜୁନିୟର ଏବଂ ସିନିୟର ଦୁଇଟି ବର୍ଗରେ ବିଭକ୍ତ କରାଯାଇ ଏହି ଯୋଗ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ଜୁନିୟର ବର୍ଗରେ ଓଡ଼ିଶାରୁ ଦିବ୍ୟାଂଶୁ ସ୍ୱାଇଁ ପ୍ରଥମ, ଆସାମ ର ସୁମିତ୍ ଦେ ଦ୍ୱିତୀୟ, ଓଡ଼ିଶାର ସ୍ନେହାଂଶୁ କୁମାର ଦାସ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବର୍ଗରେ ହିମାଚଳ ପ୍ରଦେଶର ରଣଜିତ୍ ସିଂ ପ୍ରଥମ,ତେଲେଙ୍ଗାନା ର ଜି. ନାଗେଶ୍ୱର ରାଓ ଦ୍ୱିତୀୟ, ଥାଇଲାଣ୍ଡର ଜେନି ଏବଂ ଓଡ଼ିଶାର ରାକେଶ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜୁନିୟର ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୭ ହଜାର, ୪ ହଜାର ଓ ୨ ହଜାର ଅର୍ଥରାଶି ଓ ମାନପତ୍ର ସହ ସିନିୟର ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୭ ହଜାର, ୫ ହଜାର ଏବଂ ୩ ହଜାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରଯାଇ ଏକାଡ଼େମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଅତିଥି ରୂପେ ସ୍ୱାମୀ ଧ୍ରୁବ ଚୈତନ୍ୟ ସରସ୍ୱତୀ (ଋଷିକେଶ), ସ୍ୱାମୀ ତେଜୋମୟ ନନ୍ଦ ସରସ୍ୱତୀ (ବଲାଙ୍ଗୀର), ଏକାଡ଼େମୀର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ପ୍ରଧାନ, ଇଂ ସୌମ୍ୟ ପ୍ରକାଶ ପଟ୍ଟନାୟକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଦିନେଶ ପ୍ରସାଦ ସ୍ୱାଇଁ, ଡଃ ପ୍ରତିଭା ଶ୍ରୀ ଏବଂ ଏକାଡ଼େମୀର ଅଧ୍ୟାପକ ତଥା ଯୋଗ ପ୍ରତିଯୋଗିତାର ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଯୋଗ ବିଦ୍ୟାକୁ ବ୍ୟାପକ ରୂପେ ପ୍ରଚାର ଓ ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଆଶା ପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ