ଆନ୍ତର୍ଜାତୀୟ ସ୍ୱେଛାସେବୀ ଦିବସ ପାଳିତ

ଗଞ୍ଜାମ , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ବ୍ଲକ୍ର ଅଗ୍ରଣୀ ଯୁବ ସଂଘଠନ ୟୁଥ୍ ଫର୍ ଭିଲେଜ୍ ଦ୍ୱାରା ଆନ୍ତର୍ଜାତୀୟ ସ୍ୱେଛାସେବୀ ଦିବସ ତାରିଣୀ ପଲ୍ଲୀ ୱାଇ ଫର୍ ଭି ପାଠାଗାର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ତଥା ଯୁବ ସଂଗଠକ ଶ୍ରୀ ଡ଼ି ଦେବହରି ରେଡିଙ୍କ ତତ୍ଵୋବଧାନରେ ଗ୍ରାମାଞ୍ଚଳ ଯୁବଙ୍କୁ ନେଇ ଏକ ଯୁବ ପରାମର୍ଶ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୟୁଥ୍ ଫର୍ ଭିଲେଜ୍ ସମ୍ପାଦକ ଦୀପକ କୁମାର ସାହୁ, ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୌଡ , ଉପ ସଭାପତି ଦୀପକ ସେଠୀ, ସିକ୍ଷାବିତ୍ ରବୀନ୍ଦ୍ର ଗୌଡ ପ୍ରମୁଖ ନିଜ ବକ୍ତବ୍ୟରେ ସ୍ବେଛାସେବୀ ମନବୃତ୍ତି କିପରି ସମାଜ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବର୍ଣ୍ଣନା କରିଥିଲେ। ପ୍ରାରମ୍ଭ ରେ ଶ୍ରୀଯୁକ୍ତ ରେଡି କାର‌୍ୟ୍ୟକ୍ରମର ଆଭିମୁଖ୍ୟ କହିବା ସହ ଗପ ମଧ୍ୟମରେ କିପରି ସ୍ୱେଛାସେବୀର ମୂଲ୍ୟ ଏପର‌୍ୟ୍ୟନ୍ତ କେହି ଆକଳନ କରିପାରିନାହାନ୍ତି । ଏହାବହୁତ ମୂଲ୍ୟବାନ । ଯାହା ପାଖରେ ଏହି ଗୁଣ ଅଛି ସେ ବହୁତ ମହାନ ବୋଲି ପ୍ରକାଶ କରିଥିଲେ। ସେବା ମନବୃତ୍ତି ରଖି ଯେକୌଣସି କାର‌୍ୟ୍ୟ କଲେ ତାହା ସହଜ ରେ ସମ୍ପାଦନ ହେଇପାରେ ବୋଲି ଶ୍ରୀଯୁକ୍ତ ରେଡି ଉପସ୍ଥିତ ଯୁବଗୋଷ୍ଠି କୁ ଆହ୍ୱାନ ଦେଇଥିଲେ।ରବୀନ୍ଦ୍ର ବେହେରା, ପ୍ରଶାନ୍ତ ମହାପାତ୍ର, ଅନିଲ ସେଠୀ, ଗୁଣ୍ଡାମି ରେଡି, ଖଲି ବେହେରା, ବସନ୍ତ ସେଠୀ, ଗୁଣ୍ଡିଚା ଗୌଡ , ବି ଯୁଗଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ। ସ୍ବେଛାସେବୀ ମନବୃତ୍ତି ପାଈଁ ଶ୍ରୀ ଅଶୋକ କୁମାର ବେହେରାଙ୍କୁ ଦରଦୀବନ୍ଧୁ ସମ୍ମାନ ୨୦୧୮ ଓ ଶ୍ରୀ ମୋଚିରାମ ବେହେରାଙ୍କୁ ଦରଦୀବନ୍ଧୁ ସମ୍ମାନ ୨୦୧୯ ରେ ସମ୍ମାନିତ କରାଗଲା । ଗଗନ ସାହୁ କାର‌୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁନୀଲ ସେଠି ସ୍ୱାଗତ ଭାଷଣ ସହ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ