ନେହେରୁ ଯୁବାକେନ୍ଦ୍ର ପକ୍ଷରୁ ଅନ୍ତରାଷ୍ଟ୍ରୀୟ ସ୍ୱୟଂ ସେବା ଦିବସ ପାଳିତ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଜାତୀୟ ପିତା ମହାତ୍ମାଗାନ୍ଧୀ’ଙ୍କ ୧୫୦’ତମ ଜନ୍ମ ଜୟନ୍ତି ଅବସରରେ ଅନ୍ତର୍ଜାତୀୟ ସ୍ୱୟଂ ସେବକ ଦିବସ’ ବହଳଦା ନେହରୁ ଯୁବାକେନ୍ଦ୍ର ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ କାଙ୍କି ଗ୍ରାମପଞ୍ଚାୟତ ଇନ୍ଦଡୁବା ଗ୍ରାମରେ ନେହରୁ ଯୁବାକେନ୍ଦ୍ର ସଂଗଠନ ପକ୍ଷରୁ ସ୍ୱୟଂ ସେବକ ମଳୟ କୁମାର ମୁଣ୍ଡାରୀ , ସ୍ୱୟଂ ସେବୀକା ଶ୍ରୀମତୀ ଲଳିତା ମହାନ୍ତ ଗ୍ରାମବାସୀ ଓ ଯୁବକ ମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରିବା ସହ ଶ୍ରମଦାନ କରି ଗ୍ରାମରେ ଥିବା ୩’ଟି କୂଅରେ ବ୍ଲିଚିଙ୍ଗ ପାଉଡର ପକାଇଥିଲେ । ଏହା ସହ ନଳକୂପ ପରିସର ଓ ନାଳ ନର୍ଦ୍ଧମା ଗୁଡିକର ସଫେଇ କରିବା ସହ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ମଧ୍ୟ ସଫା ସୁତୁରା କରିଥିଲେ । ନେହରୁ ଯୁବା କେନ୍ଦ୍ରର ସ୍ୱୟଂ ହେବକଙ୍କ ଦ୍ବାରା ମହାତ୍ମା ଗାନ୍ଧୀ’ଙ୍କ ସ୍ମୃତି ଚାରଣ କରାଯିବା ସହ ମହାତ୍ମା ଗାନ୍ଧୀ ସ୍ବାଧିନତା ସଂଗ୍ରାମ ଅଭିଯାନ ସମୟରୁ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିଆସୁଥିଲେ ତେଣୁ ତା’ଙ୍କ ଜୟନ୍ତୀ ପାଳନ ଅବସରରେ ବିଶେଷ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ସାଧାରଣତଃ ଦୈନନ୍ଦିନ ଜୀବନରେ ସ୍ବଚ୍ଛତା ପ୍ରତି ସମସ୍ତଙ୍କୁ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ