ଆନ୍ତ ସ୍କୁଲ ସ୍ତରୀୟ ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତା

ଛତ୍ରପୁର, (ଦେବଦତ୍ତ ମହାରଣା) : କାରମେଲ ସିନିୟର ସେକେଣ୍ଡେରୀ ସ୍କୁଲ ପକ୍ଷରୁ ଆନ୍ତ ସ୍କୁଲ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ହୋଇଯାଇଛି । ନବରାତ୍ର ଚାଲିଥିବାରୁ ଦାଣ୍ଡିଆ ନାଚକୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା । ଏଥିରେ ୮ଟି ସ୍କୁଲ ର ଛାତ୍ର, ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । କାରମେଲ ସିନିୟର ସେକେଣ୍ଡେରୀ ସ୍କୁଲର ପ୍ରିନ୍ସପାଲ ସିଷ୍ଟର ଡରେଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁରବିଇଓ ସିତାରାମ ପାତ୍ର ଯୋଗଦେଇ ଏହିଭଳି ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହ ଏହିପ୍ରତିଯୋଗିତା ଛତ୍ରପୁର ବିଦ୍ୟାଳୟରେ ପ୍ରଥମଥର ଭାବେ କରାଯାଉଥିବା କହିଥିଲେ । ଛାତ୍ର, ଛାତ୍ରୀମାନେ ମଧ୍ୟ ପ୍ରଥମ ଥର ପାଇଁ ଦାଣ୍ଡିଆ ପ୍ରତିଯୋଗିତା ହୋଇଥିବାରୁ ବେଶ ଉତ୍ସାହିତ ହୋଇଥିଲେ । ଏହି ଦାଣ୍ଡିଆ ପ୍ରତିଯୋଗିତାରେ ବ୍ରହ୍ମପୁରର ରବି ସନ୍ତୋଷ ପଟ୍ଟନାୟକ ଓ ଇସା ପାତ୍ର ଜର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରତିଯୋଗିତାରେ ୧ମ ସ୍ଥାନ ଭାବେ ଏମଏଭି ବ୍ରହ୍ମପୁର ସ୍କୁଲ, ଗୁରୁ ନାନକ ସ୍କୁଲ ୨ୟସ୍ଥାନ ଓ ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏପରିକି ନବରାତ୍ର ଚାଲିଥିବାରୁ ମା ଦୁର୍ଗାକୁ ନେଇ ଛାତ୍ର, ଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରାଯାଇଥିଲା । ଯେଉଁମାନେ ସଠିକ ଉତର ଦେଉଥିଲେ ସେମାନଙ୍କୁ ପୁରସ୍କୃତ କରାଯାଉଥିଲା । କାର୍ଯ୍ୟକ୍ରମକୁ କାରମେଲ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ